centurian jitm

ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୨୪ତମ କାରଗିଲ ବିଜୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୨୪ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଳ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଯୋଗଦେଇ ସହିଦମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଐତିହାସିକ ଦିବସରେ ସହିଦ କିଶୋର ମଲ୍ଲିକ, ସମୀର ଜାଲ, ସୁମନ୍ତ ପଧାନ ତଥା ଥବିର ବୁଡେ଼କଙ୍କ ପରିବାରକୁ ଅତିଥିମାନେ ସମ୍ମାନିତ କରିଥିଲେ । ଏହି ଅବସରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ହିନ୍ଦୀ ବିଭାଗରେ ଟପ୍ପର ହୋଇଥିବା ଛାତ୍ର ଶିବରାମ ବେହେରାଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ବକ୍ତବ୍ୟ ରଖିଥିଲେ । ସଂଘର ସମ୍ପାଦକ ତଥା ରାଜ୍ୟ ଭେଟେରେନ୍‌ ସୋଲ୍‌ଜର୍‌ସ୍‌ ଏସୋସିଏସନ୍‌ର ଉପ-ସଭାପତି ପ୍ରତାପ ଚନ୍ଦ୍ର ରଥ ମଞ୍ଚ ପରିଚାଳନା କରିବା ସଂଗେ ସଂଗେ ସହିଦମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଏବଂ ଆଗାମୀ ଦିନରେ ଶତ୍ରୁ ସହିତ ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବ ସୈନିକମାନେ ଦେଶ ସେବା ପରେ ସମାଜରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରିଆସୁଛନ୍ତି । କୋଭିଡ୍‌ ମାହମାରୀ ସମୟରେ ମଧ୍ୟ ସେମାନେ ପ୍ରଶଂସିତ କାର୍ଯ୍ୟ କରିଛନ୍ତି । ଶ୍ରୀ ରଥ ଅତିଥିମାନଙ୍କୁ କାର୍ଯ୍ୟାଳୟର ଅସୁବିଧା ବିଷୟରେ ଅବଗତ କରାଇଥିବା ବେଳେ ଆଗାମୀ ଦିନରେ ଏସବୁ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ସଂଘର ସହସମ୍ପାଦକ କୃଷ୍ଣଚନ୍ଦ୍ର ପରମଗୁରୁ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଶବର, ସଦସ୍ୟ ପ୍ରମୋଦ ବାବୁ, ସୁଶିଲ ପଟେଲ, କୃଷ୍ଣଚନ୍ଦ୍ର ପଟେଲ, ନବକୃଷ୍ଣ ପଟେଲ, ଦ୍ରୋଣ ଚନ୍ଦନ, ଦୀନବନ୍ଧୁ ଡାଙ୍ଗ, ରଞ୍ଜନ ସେଠ, ଘାସୀରାମ ବେହେରା, ବିବେକ ଭୋଇ, କେଦାରନାଥ ନାମଦେବ, ନୀଳମଣି ହାତୀ, ବିନୋଦ ମହାନ୍ତି, ଗୁଣସାଗର ମେହେର, ଏନ୍‌ଏସ୍‌ ରାଜ, ଏସ୍‌ଏସ୍‌ ତ୍ରିପାଠୀ, ଭକ୍ତବନ୍ଧୁ ନାଏକ ତଥା ଆହୁରି ଶତାଧିକ ସୈନିକ ପରିବାର ଏକତ୍ରିତ ହୋଇ ସହିଦ ମାନଙ୍କୁ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରର ବୁଦ୍ଧିଜୀବୀମାନଙ୍କ ସହ ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଭାକର ମିଶ୍ର, ବଲାଙ୍ଗିର ଏକ୍ସନ କମିଟିର ବିନୋଦ କାଲସାଏ, ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସୋମନାଥ ମିଶ୍ର, ନାରୀ ଶକ୍ତି ଫାଉଣ୍ଡେସନ୍‌ର ସଦସ୍ୟା ତଥା ୱାର୍ଡ ନଂ.୨ର କାଉନ୍‌ସିଲର୍‌ ସରିତା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଶତପଥୀ ତଥା ବହୁ ସଂଖ୍ୟାରେ ସାମ୍ବାଦିକମାନେ ଉପସ୍ଥିତ ରହି ସହିଦ୍‌ମାନଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ଶେଷରେ ସଂଘର ଉପ-ସଭାପତି ସର୍ବେରାମ ପଟେଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.