ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର ଦମ୍ଦମ୍ଠାରେ ଥିବା ଅମଲ ଦତ୍ତ କ୍ରୀଡାଙ୍ଗନ ଷ୍ଟାଡିୟମରେ ତୃତୀୟ ଇଷ୍ଟ ଇଣ୍ଡିଆ କରାଟେ ଚମ୍ପିୟାନସିପ୍ ୨୦୨୩ ଅନୁଷ୍ଠିତ ହେବ । ଏହି କରାଟେ ପ୍ରତିଯୋଗିତା ୧୪ ଓ ୧୫ ଅକ୍ଟୋବର ଦୁଇ ଦିନ ଧରି ହେବ । ଏହି ପ୍ରତିଯୋଗିତାକୁ ଇଷ୍ଟ ଇଣ୍ଡିଆ କରାଟେ ଏସୋସିଏସନ୍ ଆୟୋଜନ କରିଥିବା ବେଳେ ସହ ଆୟୋଜକ କରାଟେ-ଡୁ ଏସୋସିଏସନ ଅଫ୍ ବେଙ୍ଗର ପରିଚାଳିତ କରିବେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ଦୁଇ ଜଣ କରାଟେକା ତମନ୍ନା ମେହେର ୧୩ ବର୍ଷ ବାଳିକା ଭାଗରେ (-୩୫ କେଜି) ଓ ଅଭିପଶା ହୋତା (-୫୫ କେଜି) କାତା ଓ କୁମିତେରେ ଅଂଶ ଗ୍ରହଣ କରିବେ । ଏହି ଦୁଇ ଜଣ କରାଟେକା ଓଡିଶା ରାଜ୍ୟ କରାଟେ ସଂଘ ଦ୍ୱାରା ମନୋନୀତ ହୋଇଛନ୍ତି । ଛାତ୍ରୀ ଦୁଇ ଜଣ ବଲାଙ୍ଗିର କରାଟେ ସ୍କୁଲ ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କର ଏହି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ଓ ଖେଳପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆଜି ବଲାଙ୍ଗିରରୁ କୋଲକାତା ଅଭିମୁଖେ ସହଯୋଗୀ କୋଚ ଚନ୍ଦ୍ରଶେଖର ସେଠଙ୍କ ସହିତ ଯାତ୍ରା କରିଛନ୍ତି ।