ls

ଓଏଭି ଛାତ୍ରୀ ପାଇଲେ କରାଟେ ବ୍ଲାକ୍‌ ବେଲ୍ଟ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦଶନ୍ଧୀ ଧରି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଛାତ୍ରଛାତ୍ରୀ ତଥା ଯୁବତିମାନଙ୍କୁ କରାଟେ ଓ ଆତ୍ମ ରକ୍ଷା ତାଲିମ ପ୍ରଦାନ କରିଆସୁଛି ଏହି କରାଟେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା କୋଚ ହେଉଛନ୍ତି ବ୍ଲାକ୍‌ ବେଲ୍ଟ ୫ମ ଡାନ୍‌ ଆନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଅସୀମ କୁମାର ଭୋଇ । ରେଲୱେ ଷ୍ଟେସନ ଛକ ରେ କରାଟେ ସ୍କୁଲ ଖୋଲି ଶ୍ରୀ ଭୋଇ ଛାତ୍ର ଛାତ୍ରୀମାନଙ୍କୁ କରାଟେ ଟ୍ରେନିଂ ଦେବା ସଙ୍ଗେ ସଙ୍ଗେ ଅନେକ ଛାତ୍ର ଛାତ୍ରୀଙ୍କୁ ବ୍ଲାକ୍‌ ବେଲ୍ଟ ମାଷ୍ଟର ମଧ୍ୟ ତିଆରି କରିସାରିଛନ୍ତି । ଏହି ଅସୀମ କରାଟେ ଏକାଡେମୀର ଅନ୍ୟତମ ଛାତ୍ରୀ ହେଉଛନ୍ତି ପ୍ରାଚୀ ବେହେରା । ପ୍ରାଚୀ ବେହେରା ଆଜି ସଫଳତାର ସହ ଅସୀମ ଭୋଇଙ୍କ ଠାରୁ ବ୍ଲାକ ବେଲ୍ଟ ପାଇବାରେ ସକ୍ଷମ ହୋଇଛନ୍ତି । ପ୍ରାଚୀ ଓଏଭି ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଓ ତାଙ୍କ ଘର ଗାନ୍ଧୀନଗରପଡାରେ ଥିବା ବେଳେ, ବାପା ଶିବରାମ ବେହେରା ବ୍ୟବସାୟ କରନ୍ତି ଓ ମା ସୁମିତ୍ରା ବେହେରା ଗୃହୃଣି । ପ୍ରାଚୀ ଗତ ୪ ବର୍ଷ ହେବ ଅସୀମ ଭୋଇଙ୍କ ଠାରେ କରାଟେ ପ୍ରଶିକ୍ଷଣ କରିଆସୁଛନ୍ତି । ଗତ ମଇ ୨୦୨୨ ଝାରସୁଗୁଡା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଇଣ୍ଟରସ୍କୁଲ କରାଟେ ପ୍ରତିଯୋଗିତାରେ ପ୍ରାଚୀ ବେହେରା କାତାରେ ସ୍ୱର୍ଣ୍ଣ ପଦକ ଓ କୁମିତେ ରେ ରୌପ୍ୟ ପଦକ ପାଇଥିଲେ । ଅକ୍ଟୋବର ୨୦୨୨ ଆଇସିିଏଫ୍‌ ପାଲାନିସ୍ୱାମୀ ଇନଡୋର ଷ୍ଟଡିୟମ ଚେନ୍ନାଇ ଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତାରେ କାତାରେ ସ୍ୱର୍ଣ୍ଣ ପଦକ ଓ କୁମିତେ ରେ ରୌପ୍ୟ ପଦକ, ଏପ୍ରିଲ ୨୦୨୩ରେ ସ୍ୱାଇ ମାନସିଂ ଇନ୍‌ଡୋର ଷ୍ଟାଡିୟମ ଜୟପୁର ରାଜସ୍ଥାନରେ ଅନୁଷ୍ଠିତ କରାଟେ ରନଭୂମି ଚମ୍ପିୟାନ୍‌ସିପ୍‌ରେ କାତା ବିଭାଗରେ ସ୍ୱର୍ଣ୍ଣପଦକ ପାଇଥିଲେ । ତାଙ୍କର ଏହି ସଫଳତା ପାଇଁ ଅନେକ ଜାଗାରେ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ପ୍ରାଚୀ ଏକାଧାରରରେ ଜଣେ ମେଧାବୀ ଛାତ୍ରୀ ହୋଇଥିବା ସଙ୍ଗେ ସଙ୍ଗେ ଭଲ ଖେଳାଳି ମଧ୍ୟ ଅଟନ୍ତି । ପ୍ରାଚରଙ୍କ କହିବା ଅନୁସାରେ କରାଟେରେ ଯଦି ଆଜି ସେ ଏତେ ବାଟ ପହଞ୍ଚି । ପାରିଛନ୍ତି ତାର ସମସ୍ତ ଶ୍ରେୟ ତାଙ୍କ କୋଚ ଅସୀମ ଭୋଇଙ୍କୁ ଯିବ ବୋଲି କହିଛନ୍ତି । ଜଣେ ଭଲ ଖେଳାଳି ହେବା ପାଇଁ ଜଣେ ଭଲ କୋଚର ଆବଶ୍ୟକତା ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହି କରାଟେ ତଥା ଆତ୍ମରକ୍ଷା କୌଶଳ ଶିଖି ଛାତ୍ରୀମାନଙ୍କୁ ନିଜେ ମଧ୍ୟ ଆତ୍ମରକ୍ଷା ତାଲିମ ପ୍ରଦାନ କରିବେ ବୋଲି କହିଛନ୍ତି । ଆଗାମୀ ଦିନରେ ଆମ ଏହି ଅସୀମ କରାଟେ ଏକାଡେମୀର ନିଜସ୍ୱ ଭିତ୍ତିଭୂମିର ବିକାଶ ହେଲେ ଆମେ ନିଶ୍ଚି ଭାବେ ଅଲମ୍ପିକ ଖେଳିବାର ସୂଯୋଗ ପାଇବୁ ସେଥି ପାଇଁ ଜିଲ୍ଲା ପ୍ରଶାସନ ଏତି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରାଚୀ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି ।

pc pk
Leave A Reply

Your email address will not be published.