om academy

କରମସାନୀ ମହୋତ୍ସବ ଅବସରରେ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି ଗ୍ରାମ ଠାରେ କରମସାନୀ ମହୋତ୍ସବ ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ବ୍ୟଙ୍ଗ କବିତା ଆସର ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ସୁବ୍ରତ ବେହେରା, ସମ୍ମାନିତ ଅତିଥି ଭାବେ ଗୌନ୍ତିଆ ରମେଶ ପଧାନ ମଞ୍ଚାସୀନ ଥିବା ବେଳେ ସଭା ପ୍ରାରମ୍ଭରେ ଅତିଥି ମାନେ କରମସାନୀ ପୂଜା ପୀଠରେ ପୂଜାର୍ଚ୍ଚନା କରିଥିଲେ । ଏହି ସଭା କାର୍ଯ୍ୟକୁ କେଦାରନାଥ ସାହୁ ସଂଯୋଜନା କରିଥିଲେ । ଏହା ପରେ ଅନୁଷ୍ଠିତ ବ୍ୟଙ୍ଗ କବିତା ଆସରରେ କବି ଦେବେନ୍ଦ୍ର ସାହୁଙ୍କ ସଂଯୋଜନାରେ ବିପ୍ଲବୀ କବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ, ମୁନିରାମ କୁମ୍ଭାର, ମନୋରଞ୍ଜନ ଲୁହା, ବିଦ୍ୟାଧର ପଶାୟତ ସ୍ୱରଚିତ କବିତା ପାଠ କରିଥିଲେ । ସାହିତ୍ୟ ସାଧନା ନିମନ୍ତେ ସମସ୍ତ କବି ମାନଙ୍କୁ ମାନପତ୍ର ଉପଢୌକନ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଶିଶୁ ନୃତ୍ୟ ଶିଳ୍ପୀ ବର୍ଷା ରାନୀ ଷାଣ୍ଡେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବୁଦ୍ଧଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଲକ୍ଷ୍ମୀକାନ୍ତ ସାହୁ, ରାହୁଲ ସାହୁ, ସୁରେଶ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.