jayashree

ଧାରୋଲ ଗ୍ରାମରେ କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ସ୍ଥିତ ଧାରୋଲ ଗ୍ରାମରେ ପାଳିତ ହୋଇଛି କରମସାନୀ ପୂଜା । ଆଜିକୁ ପାଞ୍ଚ ବର୍ଷ ହେଲା ପାଳିତ ହେଉଛି । ଗାଁର ସମସ୍ତେ ଏକଜୁଟ ହୋଇ ପାଳନ କରିଥାନ୍ତି । ସନ୍ଧ୍ୟାରେ ବାଦ୍ୟ ଶଙ୍ଖ ହୁଳହୁଳି ତାଳରେ ସମସ୍ତେ ମିଳିତ ହୋଇ କରମା ଗଛର ଡାଳ ଆଣନ୍ତି । ଗାଁର ମଝିରେ କରମା ଡାଳକୁ ଥୋଇ ପୂଜାର୍ଚ୍ଚନା କରାଯାଏ । ଶେଷରେ ବାଦ୍ୟର ତାଳରେ ସାରା ରାତି ଭଗବାନଙ୍କ ନାମକୁ ଧରି କିର୍ତ୍ତନ କରିଥାନ୍ତି । ଏଥିରେ ଗାଁର କିର୍ତ୍ତନ ଦଳ ସହଯୋଗ କରିବା ସହ ବାହାରରୁ ମଧ୍ୟ ଅନେକ ଦଳ ଆସିଥିଲେ । ଗାଁର ସମସ୍ତ ଲୋକଙ୍କ ସହଯୋଗରେ ପାଳିତ ହୋଇ ଯାଇଛି କରମସାନୀ ପୂଜା ।

Leave A Reply

Your email address will not be published.