oom

କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟ।ସିଂହ। ଗ୍ରାମପଞ୍ଚାୟତର କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ ହୋଇଯାଇଅଛି । ଏହି ପୂଜାରେ କର୍ତ୍ତା ଭାବେ ବୈଷ୍ଣବ ବିଶ୍ଵାଳ ଓ ପୂଜା କାର୍ଯ୍ୟକୁ ସୁରେଶ ବିଶ୍ଵାଳ ସମ୍ପାଦନା କରୁଥିଲେ । ଦଶହରା ମାସର ପୂର୍ଣ୍ଣିମା ଦିନରେ ମା’ କରମ ସାନି ଦେବତାକୁ ପୂଜା କରି ତାଙ୍କ ଗୁଣଗାନ କରି ଗୀତ ମାଧ୍ୟମରେ ବାଦ୍ୟ ମାଧ୍ୟମରେ ମା’ଙ୍କୁ ପୂଜା କରିଥିଲେ, ମନରେ କଳ୍ପନା କରିଥିବା କଳ୍ପନା ପରିପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ଥିବାରୁ ବୈଷ୍ଣବ ବିଶ୍ଵାଳ ଏହି ପୂଜା କରୁଛନ୍ତି ଓ ତାଙ୍କ ଘରେ ମା’ଙ୍କ ଆଶୀର୍ବାଦରୁ ଧନ, ଜନ, ଗୋପ ଲକ୍ଷ୍ମୀ ପରିପୂର୍ଣ୍ଣ ହୋଇ ଖୁସିରେ ଅଛନ୍ତି ବୋଲି ଜଣାଇଛନ୍ତି । ଏହି ଉତ୍ସବରେ କୁଟାସିଂହ।ର ନୀମାଇ ଦାସ, ଭୂତୁ ବେହେରା ପ୍ରମୁଖ ଗୀତ ଓ ବାଦ୍ୟ ମାଧ୍ୟମରେ ମା’ କରମ ସାନିଙ୍କ ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁତ ଭକ୍ତ ଉପଷ୍ଟିତ ହୋଇ ଥିଲେ ।

jittmm
Leave A Reply

Your email address will not be published.