ଦୁଇଦିନିଆ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ସହଯୋଗରେ ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଆନୁକୂଲ୍ୟରେ ହିଲ ଭିୟୁ, ଗୋପାଳପୁରରେ ୦୩ ଜିଲ୍ଲା ଯଥା ଗଞ୍ଜାମ, କନ୍ଧମାଳ ଓ ଗଜପତିର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ନେଇ ୨ ଦିନିଆ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ବିପର୍ଯ୍ୟୟ ସମୟରେ ଶୁନ୍ୟ ସହନଶୀଳତା, ଶୁନ୍ୟ ଜୀବନହାନୀ ନୀତି ଅନୁଯାୟୀ କାର୍ଯ୍ୟ କଲେ ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନମାନଙ୍କରେ କୌଣସି ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଙ୍କୁ ସହାୟକ ହେବ ବୋଲି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଅଭିଶେକ ସାହୁ କହିଥିଲେ । ପ୍ରଶିକ୍ଷଣ ଦେବା ନିମନ୍ତେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷରୁ ମେଘନାଦ ବେହେରା, ଆରଣ୍ୟକ ମିଶ୍ର ଏବଂ ସଙ୍ଗୀତା ଦାଶ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଓ.ଏସ.ଡି.ଏମ.ଏର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.