କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୮ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୮ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସ୍କାଉଟ ଗାଇଟର ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ସମର କୁମାର ଜେନା, ସମ୍ମାନିତ ଅତିଥି ଭାବେ ସ୍କୁଲ ଆଲୁମିନି କମିଟିର ସଭାପତି ପୃଥ୍ୱୀରାଜ ବାଗ, ମା’ ସାହାଜି ଯୁବକ ସଂଘର ସମ୍ପାଦକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । କ୍ରୀଡା ଓ ଶିକ୍ଷା ପରସ୍ପର ଛାତ୍ର ଜୀବନ ପାଇ ନିତାନ୍ତ ଆବଶ୍ୟକ, ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇ କ୍ରୀଡା ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ । ଏଥିରେ ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ବରୁଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୧୦୦୦ ମିଟର, ୧୫୦୦ ମିଟର ଦୌଡ଼, ମ୍ୟୁଜିକ ଚେୟାର, ସ୍ଲୋ ସାଇକେଲ ରେଶ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଥାଳିଆ ଫିଙ୍ଗା, ଗୋଲା ଫିଙ୍ଗା ପ୍ରମୁଖ ଖେଳ ଗୁଡିକ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୨୬ ଜାନୁଆରୀ ସାଧାରଣ ତନ୍ତ୍ର ଦିବସରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି । କ୍ରୀଡା ଶିକ୍ଷକ ନୀଳମଣି ବିଶି ଖେଳକୁ ପରିଚାଳନା କରିଥିଲେ । ଏଥିରେ ଶିକ୍ଷକ କିରଣ କୁମାର ପ୍ରଧାନ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଯୋଗିଚନ୍ଦ୍ର ବିଶି, ସାରଙ୍ଗଧର ତାଣ୍ଡି, କିରାଣୀ ବୃନ୍ଦାବନ ବେହେରା, ନରଫଳ ହଂସ, ତୁଲାରାମ ଛତ୍ରିଆ, ଗଣେଶ ବିଶିଙ୍କ ସହ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.