oom

ବଲାଙ୍ଗିର ଜୀବନ ବୀମା ନିଗମ ପକ୍ଷରୁ କାନ୍ଥ ଘଣ୍ଟା ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ନିଗମ ବଲାଙ୍ଗିର ଶାଖା ପକ୍ଷରୁ ବଲାଙ୍ଗିର ସହରର ପ୍ରମୁଖ ଦେବାଳୟ ତଥା ଉପାସନା ପୀଠରେ କାନ୍ଥ ଘଣ୍ଟା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଗମର ସମ୍ବଲପୁର ମଣ୍ଡଳ ବିକ୍ରୟ ପ୍ରବନ୍ଧକ ଶରତ ଚନ୍ଦ୍ର ପଣ୍ଡା, ଉତ୍ପାଦ ପ୍ରବନ୍ଧକ ଦାମୋଦର ରାଉତ, ବଲାଙ୍ଗିର ଶାଖା ବରିଷ୍ଠ ପ୍ରବନ୍ଧକ ପାର୍ଥ ସାରଥି ବୋଷ, ସହାୟକ ପ୍ରବନ୍ଧକ ହାଡିବନ୍ଧୁ ବେହେରା, ନିକୁଞ୍ଜ ବିହାରୀ ପୋଢ, ଅଭିକର୍ତ୍ତା ସଂଗଠନ ଶାଖା ସଭାପତି ଅସୀମ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପାଣିଗ୍ରାହୀ, ଉପସଭାପତି ପ୍ରତାପ ଚନ୍ଦ୍ର ସାହୁ, ଶାଖା ସଂପାଦକ ସରୋଜ କୁମାର ଭୋଇ, କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଟି, ବରିଷ୍ଠ ଅଭିକର୍ତ୍ତା ଲୋକନାଥ ମିଶ୍ର, ପ୍ରଭାତ କୁମାର ଶ୍ରୀବାସ୍ତବ ପ୍ରମୁଖ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ପୂଜକଙ୍କୁ ତଥା ଆଦର୍ଶପଡା ସ୍ଥିତ ଉପାସନା ଗୃହରେ ସଂପ୍ରଦାୟର ପ୍ରମୁଖ କର୍ମକର୍ତ୍ତାଙ୍କୁ କାନ୍ଥଘଣ୍ଟା ହସ୍ତାନ୍ତର କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ସ୍ଥାନୀୟ ଦୁର୍ଗା ମନ୍ଦିର, ମସଜିଦ୍‌ ଏବଂ ଗୁରୁଦ୍ୱାରାରେ କାନ୍ଥ ଘଣ୍ଟା ପ୍ରଦାନ କରାଯିବା ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ବରିଷ୍ଠ ଶାଖା ପ୍ରବନ୍ଧକ ଶ୍ରୀ ବୋଷ ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.