ବେଆଇନ ଦାଦନ ଚାଲାଣ ବେଳେ କଂଟାବାଂଜି ଠାରୁ ୫୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ଦାଦନ ପ୍ରବଣ ଜିଲ୍ଲା । ଜିଲ୍ଲାରୁ ସହସହ ଲୋକେ ବାହାର ଜିଲ୍ଲାକୁ ଦାଦନ ଖଟି ଯାଆନ୍ତି । ହେଲେ ନିର୍ଯ୍ୟାତନାର ଶିକାର ହୋଇ ଫେରନ୍ତି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଆଜି ବେଆଇନ ଦାଦନ ଚାଲାଣ ବେଳେ କଂଟାବାଂଜି ଠାରୁ ୫୨ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଏହି ମାମାଲାରେ ସଂପୃକ୍ତ ଦାଦନ ସର୍ଦ୍ଦାର ରମେଶ ରଣାକୁ ପୋଲିସ ଗିରଫ କରିଛି । ଅନ୍ୟପଟେ ଜିଲ୍ଲା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାରକୁ ନେଇ ଗଠନ ହୋଇଥିବା ମିଶନ ଉଦ୍ଧାର ଅଧିନରେ ଏପର୍ଯ୍ୟନ୍ତ ୨୫ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏଯାଏଁ ୫୨୨ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ଘଟଣାରେ ସଂପୃକ୍ତ ୩୮ ଜଣ ଦାଦନ ସର୍ଦ୍ଦାର ମାନଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!