oom

ଭୀମପାହାଡ଼ ମହୋତ୍ସବରେ କଂସ ଦରବାର

jsmm
  • ଭୀମପାହାଡର ବିକାଶ ପାଇଁ ସବୁ ପ୍ରଚେଷ୍ଟା କରାଯିବ : ସାଂସଦ ନିରଞ୍ଜନ ବିଶି
  • ମହାରାଜ କଂସଙ୍କ ରଡ଼ିରେ ଦୁଲୁକୁଛି ଭୀମପାହାଡ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ୧୦ ତମ ଭୀମପାହାଡ଼ ମହୋତ୍ସବର ସୋମବାର ଥିଲା ଚତୁର୍ଥ ସନ୍ଧ୍ୟା । କଂସ ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ପୂବରୁ ଅନୁଷ୍ଠିତ ହୋଇଥିବା ସଭାମଞ୍ଚରେ ଆୟୋଜକ କମିଟି ସଭାପତି ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରସରାଜ ଅଚ୍ୟୁତ ପୁରୋହିତ ଯୋଗ ଦେଇଥିଲେ । ଏହି ଅବସରରେ ଭୀମପାହାଡ଼ ମହୋତ୍ସବ କମିଟି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରୀନା ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ, ପୂର୍ବତନ ସମିତି ସଭ୍ୟ ଭଗବତୀ କୁଅଁର, ପୂର୍ବତନ ସରପଞ୍ଚ ରବିନ୍ଦ୍ର ପଧାନଙ୍କୁ ସମର୍ଦ୍ଧିତ କରାଯାଇଥିବା ବେଳେ ଡ. ସନ୍ଧ୍ୟାରାଣୀ ସାହୁ, ମମତା ସିଂ ନିନାଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ନିୟମିତ ଭାବେ ୧୦ ବର୍ଷ ହେଲା ଭୀମପାହାଡ ସମ୍ବନ୍ଧୀୟ ଖବର ପରିବେଷଣ କରି ଏହି ଅଞ୍ଚଳକୁ ଲୋକ ଲୋଚନକୁ ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଦେଓଗାଁ ବ୍ଲକ ସମ୍ବାଦ ପ୍ରତିନିଧି କିଶୋର ସାହୁ, ସମାଜ ପ୍ରତିନିଧି ହେମାଙ୍ଗିନୀ ସାହୁ, ଧରିତ୍ରୀ ଏବଂ ସକାଳ ପ୍ରତିନିଧି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ପ୍ରମେୟ ପ୍ରତିନିଧି ରାମଚନ୍ଦ୍ର ଶତପଥୀଙ୍କୁ ସମର୍ଦ୍ଧିତ କରାଯାଇଥିଲା । କଂସ ଦରବାର ଚତୁର୍ଥ ସନ୍ଧ୍ୟାରେ ମହାରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା, କାଳୀନାଗ ଶରଣାଗତ ଓ ରଙ୍ଗସଭା ଓ ଅକୃରଙ୍କୁ ଗୋପପୁରକୁ ପ୍ରେରଣ ଅଭିନୀତ ହୋଇଥିଲା । ଦୁଲଦୁଲି କଳା ପରିଷଦ ବଲାଙ୍ଗିର, ଘୁଡୁକା ନୃତ୍ୟ ଭାବେ ପରିଚିତ ସାନ ବଡଙ୍କ କୃଷ୍ଣପ୍ରିୟା କଳା ପରିଷଦ ତୁଷୁରା, ଡକା ସାଂସ୍କୃତିକ ଦଳ କୁମ୍ଭାରୀ (ସଇଁନ୍ତଲା) ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସଭା ଓ ସାଂସ୍କୃତିକ ମଞ୍ଚ ପରିଚାଳନାରେ ଭୀମପାହାଡ଼ ମହୋତ୍ସବ କମିଟିର ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.