jayashree

ଜଙ୍ଗଲ ଭିତରେ ୪ ଦିନ ହେବ କଂସ ଦରବାର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରି ରହିଥିବା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତର ଚାନ୍ଦିଲି ପାହାଡ଼ରେ ଅଷ୍ଟମ ଚାନ୍ଦିଲି ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରସରାଜ ଅଚ୍ୟୁତ ପୁରୋହିତ ଅତିଥିଭାବରେ ଯୋଗଦେଇ ମହୋତ୍ସବର ଲୋଗୋ ଉନ୍ମୋଚନ କରିଥିଲେ । ଦେଓଗାଁ ବ୍ଲକରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମହୋତ୍ସବ କମିଟର ସଭାପତି ଲକ୍ଷ୍ମଣ ମେହେର ୨ ବର୍ଷ ହେଲା ଚାନ୍ଦିଲି ପାହାଡ଼କୁ ପର୍ଯ୍ୟଟନସ୍ଥଳୀ ଭାବେ ଚିହ୍ନଟ ହୋଇଥିଲେ ବି ସରକାର ଘୋଷଣା କରୁନାହାନ୍ତି । ସ୍ଥାନୀୟ ସରପଞ୍ଚ ଗ୍ରାମ୍ୟ ଜଙ୍ଗଲରେ ରାସ୍ତା ତିଆରି କରୁ ବୋଲି ପଲ୍ଲୀ ସଭା ମାଧ୍ୟମରେ ଦିଆଯାଉ ବୋଲି ଗାଁ ଲୋକେ ଦେଇଥିଲେ । କିନ୍ତୁ ବଲାଙ୍ଗିର ଡ଼ିଏଫ୍‌ଓ ଜାଗା ଦେବାକୁ କୁଣ୍ଠାବୋଧ କରୁଥିବାରୁ ଉନ୍ନତି ମୂଳକ କାମରେ ବାଧା ସୃଷ୍ଟି ହେଉଛି । ଏହାସହ ମେହେରକଟାର ବିକାଶ ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି, ଏହାର ଉନ୍ନତି ହେଲେ ଲୋକଙ୍କ ଚାଷ ସହ ଆର୍ଥିକ ସ୍ଥିତି ମଜବୁତ ହେବ ବୋଲି କହିବା ସହ କେମିତି ମହୋତ୍ସବ ହେବ ସେନେଇ ଟିକିନିଖି ସୂଚନା ଦେଇଥିଲେ । ୩ କୋଟି ୨୬ ଲକ୍ଷ ପଡି ରହିଛି ତାହାର ଶୀଘ୍ର କାମ ହେଉ । ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଅନୁଷ୍ଠିତ ହେବ ମହୋତ୍ସବ । ୩୧ ତାରିଖରେ ଚାନ୍ଦିଲି ପାହାଡ଼ର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଆଲୋଚନା ହେବ । ପ୍ରତିଦିନ କଂସ ଦରବାର ଅନୁଷ୍ଠିତ ହେବ । ୫ଟି ଲୋକ ସାଂସ୍କୃତିକ ଦଳ ଏବଂ ୬ଟି ଦଳକୁ ସରକାର ଯୋଗାଇ ଦେବେ, ୧୬ ପ୍ରହର ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ୬ଶହ ଏକର ଜମିରେ ଚାନ୍ଦିଲି ପାହାଡ଼ ରହିଛି । ୩୦ ଗୁମ୍ଫା, ବାଘ ଗୁମ୍ଫା, ଝରା କୁଣ୍ଡ, ଭୀମଖୋଜ, ସତ୍ୟ ବଟବୃକ୍ଷ, ସୀତା କୁଣ୍ଡ, ସପ୍ତର୍ଷି ଶିଳା, ଗୁପ୍ତ ଗଙ୍ଗା ରହିଛି । ଦୁଇଟି ପାହାଡ଼ ମଧ୍ୟରେ ଗୋଟିଏ ଚେକ ଡେମ ହେଲେ ପିକନିକ ସ୍ପଷ୍ଟ ହେବା ସହ ଚାଷ କାର୍ଯ୍ୟରେ ମଧ୍ୟ ପାଣି ବ୍ୟବହାର ହେବ ବୋଲି ଶ୍ରୀ ମେହେର ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ଉପଦେଷ୍ଟା ସୁଶୀଳ ଚାନ୍ଦ, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ଶୈଳେନ୍ଦ୍ର ସାହୁ ଭୀମପାହାଡ଼ ମହୋତ୍ସବ କମିଟି ସଭାପତି ପ୍ରମୋଦ ବହିଦାର, ସ୍ୱୟମ୍ବର ମେହେର, ଘାସି ରଣାଙ୍କ ସହ ମହୋତ୍ସବ କମିଟିର ସଦସ୍ୟ ଓ ଗାଁ ଲୋକେ ଉପସ୍ଥିତ ଥିଲେ । ବନ୍ଧପଡ଼ା ସରପଞ୍ଚ ଗୋପାଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.