ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଥାନା ଅଧୀନ ଭଇଁସା ଗାଁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଥିବା ପୁରୁଣା ପରିତ୍ୟକ୍ତ କୋଠରୀରୁ ତିନୋଟି କଙ୍କାଳ ଠାବ ହୋଇଥିବା ଖବର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ରବିବାର ସ୍ୱାସ୍ଥ୍ୟକେନ୍ଦ୍ରର ପଛପଟିଆ ଭାଗରେ ଦୁର୍ଗନ୍ଧ ଅନୁଭବ କରି ଖୋଜଖବର କରିଥିଲେ । ଗୋଟିଏ ପରିତ୍ୟକ୍ତ କୋଠରୀ ଭିତରେ କଙ୍କାଳ ଦେଖି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇଁ ପାଟଣାଗଡ ପୋଲିସ ଓ ବୈଜ୍ଞାନିକ ଟିମ ଘଟଣାସ୍ଥଳକୁ ପହଞ୍ଚି ସ୍ଥଳ ପରିଦର୍ଶନ କରିଛନ୍ତି । କଙ୍କାଳଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପାଟଣାଗଡ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା କହିଛନ୍ତି, “କଙ୍କାଳଗୁଡ଼ିକ କୌଣସି ମନୁଷ୍ୟର ହୋଇନଥିବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ସେଥିପାଇଁ ବୈଜ୍ଞାନିକ ରିପୋର୍ଟକୁ ଅପେକ୍ଷା କରାଯାଉଛି ।” ଏନେଇ ପାଟଣାଗଡ଼ ଥାନା କେସ ନଂ ୩୦/୨୦୨୫ ରେ ଏକ ମାମଲା ଋଜୁ ହୋଇଛି । ଏହି ଘଟଣାକୁ ନେଇ ଗାଁ ଓ ଆଖପାଖରେ ଆତଙ୍କ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି ।