ଭୁବନେଶ୍ୱର : ଲାଞ୍ଚ ନେଉଥିଲେ ମହିଳା କନିଷ୍ଠ କିରାଣି । ମାଡ଼ିବସିଲା ଦେବଗଡ଼ ଭିଜିଲାନ୍ସ ଟିମ୍ । ମହିଳା କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନଙ୍କତାଙ୍କ ନିକଟରୁ ୨୦ଟି ୫୦୦ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା ଦେବଗଡ଼ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ଅଭିଯୋଗ ଅନୁଯାଇ, ଛାତ୍ର ଜଣଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ୍ କୌଣସି କାରଣରୁ ନଷ୍ଟ ହୋଇଯାଇଥିଲା । ସେ ଯୁକ୍ତ ଦୁଇ ଡୁପ୍ଲିକେଟ ସାର୍ଟିଫିକେଟ ପାଇଁ ଦେବଗଡ଼ କଲେଜରେ ଆବେଦନ କରିଥିଲେ । ହେଲେ ସାର୍ଟିଫିକେଟ୍ କରାଇଦେବା ପାଇଁ ମହିଳା କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନ ୧୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଛାତ୍ର ଜଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହାପରେ ଆକ୍ସକୁ ଆସିଥିଲା ଦେବଗଡ଼ ଭିଜିଲାନ୍ସ ଟିମ । ପୂର୍ବ ଯୋଜନା ମୁତାବିକ ଛାତ୍ର ଜଣ କନିଷ୍ଠ କିରାଣିଙ୍କୁ ଟଙ୍କା ଦେଉଥିବା ବେଳେ ଚଢ଼ାଉ କରିଥିଲା ଭିଜିଲାନ୍ସ ।ଆଗକୁ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।
Prev Post