ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ କାନ୍ଦୁଲ ଯାତ୍ରା ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତର ଡଙ୍ଗରପଡ଼ା ଓ ଅନ୍ତର୍ଲା ନିକଟରେ ହୋଇଥିବା କାନ୍ଦୁଲ ଯାତ୍ରା ଆଜି ୪ଟା ସମୟରେ ଉଦଯାପିତ ହୋଇଯାଇଛି । ଗତ ୩ ଦିନ ଧରି ଦେଓଗାଁ ବ୍ଲକର ୫ଟି ପଞ୍ଚାୟତ ଯଥା ବନ୍ଧପଡ଼ା, ଧଣ୍ଡାମାଲ, ସିଂହାମୁଣ୍ଡା, ବ୍ରାହ୍ମଣୀଜୋରର ପଞ୍ଚାୟତର ୧୮ଟି ଗାଁ ଯଥା ଅନ୍ତର୍ଲା, ଡଙ୍ଗରପଡ଼ା, ଧଣ୍ଡାମାଲ, ବିଲାସପୁର, ପିପଲପଦର, ବନ୍ଧପଡ଼ା, ଘାଟୁଲଡୁଙ୍ଗୁରୀ, ଘାଟୁଲ, ସିଂହମୁଣ୍ଡା, ବୁଢ଼ାବାହାଲ, ଟେପ୍ରେନ, ସିଆଲଜୋର, ତାଲପାଲି, ବ୍ରହ୍ମଣୀଜୋର, ଛତାପିପଲ, ଫପସି, ସନ୍ଧିଜୋରର ଗୌନ୍ତିଆ, ମେମ୍ବରମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଯାତ୍ରାରେ କେବଳ ଯେ, ଦେଓଗାଁ ବ୍ଲକ କି ବଲାଙ୍ଗିର ଜିଲ୍ଲା ନୁହେଁ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ନିଜର ମନସ୍କାମନା ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ କାନ୍ଦୁଲବୁଢ଼ା ଦେବୀଙ୍କ ପାଇଁ ନଡ଼ିଆ ଠାରୁ ଆରମ୍ଭ କରି ବୋଦା ମଧ୍ୟ ଆଣି ଦେଉଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.