oom

କନ୍ଦରପୁରରେ ‘ସରସ୍ୱତୀ କଳା ପରିଷଦ’ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ

jsmm

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ଅନ୍ତର୍ଗତ କଳାବିହାର, କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି)ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର, ପତ୍ରପତ୍ରିକା ଉନ୍ମୋଚନ ହେବା ସହ ପ୍ରଯୁକ୍ତି ବିଦ୍ୟା ତଥା ସମାଜସେବା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ଜିଲ୍ଲା ବୟାଳିଶମୌଜା ଉପକଣ୍ଠ ପଟଣା ଗ୍ରାମର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ”କୁ ପରିଷଦ ପକ୍ଷରୁ “ସରସ୍ୱତୀ କଳା ପ୍ରତିଭା ସମ୍ମାନ – ୨୦୨୧” ପ୍ରଦାନ କରାଯାଇଛି । ଏହି ସମ୍ମାନକୁ ଉଭୟ ଅନୁଷ୍ଠାନ ପକ୍ଷରୁ ସାହିତ୍ୟିକ ଦକ୍ଷ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି, ଇଂ.ଅଶୋକ ବିଶ୍ୱାଳ, ସମାଜସେବୀ ରୁଦ୍ରନାରାୟ ଦାଶ, ସମାଜସେବୀ ବିନୋଦ ବେହେରା, କୃତି ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା ପ୍ରମୁଖ ଉପସ୍ଥିତ ରହି ସାରସ୍ୱତ ମଂଚରେ ଗ୍ରହଣ କରିଥିଲେ । ପରିଷଦର ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ଅଶୋକ ପଟ୍ଟନାୟକ, ଉପସଭାପତି ପ୍ରଫୁଲ୍ଲ ଦାସ, ନାଟ୍ୟକାର ଦୈତାରୀ ପ୍ରଧାନ, ଅଭିରାମ ସାହୁ, ସଂଯୋଜକ ଚକ୍ରବର୍ତ୍ତୀ ଓତା, ପ୍ରଲବ୍ୟ ମହାପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ, କଣ୍ଠଶିଳ୍ପୀ ଇଂ.ଅମୀୟ ପଟ୍ଟନାୟକ ଏବଂ ସମସ୍ତ କାର୍ୟ୍ୟକର୍ତା ପ୍ରମୁଖ ଉପସ୍ଥିତରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.