କଣାସରେ ହାତୀ ଉପଦ୍ରବ

କଣାସ : ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁର ଅଞ୍ଚଳରେ ହାତୀ ଆତଙ୍କ । ବିଲରେ ପଶି ପାଚିଲା ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀ । ଏପିରିକି ଧାନ କାଟି ବିଲରେ ରଖିଥିବା ଧାନ ଗଦା ଖାଇ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଦିବ୍ୟସିଂହପୁର ଅଞ୍ଚଳର ବିରକେଶରପୁର, ହଳଦୀପଦରର ଗ୍ରାମବାସୀ ଅଛନ୍ତି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ନିକଟ ଗୋଳବାଇ ଜଙ୍ଗଲ ଭିତରେ ଲୁଚି ରହୁଛନ୍ତି ହାତୀ ପଲ । ସଂଧ୍ୟା ହେଲେ ଗାଁରେ ପଶି ଉତ୍ପାତ ମଚାଉଛନ୍ତି ହାତୀ । ଖାସ୍‌ ଅମଳ ଧାନ ଏବଂ କଟା ହୋଇ ବିଲରେ ପଡିଥିବା ଫସଲକୁ ନଷ୍ଟ କରୁଛନ୍ତି । ଯାହାଫଳରେ ଏବେ ଚିନ୍ତାରେ ଚାଷୀ ।

Leave A Reply

Your email address will not be published.