oom

ସର୍ବ ପୁରାତନ ରାମଲୀଳାର ଅଯୋଧ୍ୟା କାଣ୍ଡ ଆରମ୍ଭ

jsmm
  • ଶିବଧନୁ ଭଙ୍ଗ, ସୀତା ବିବାହ, ମନ୍ଥରାର କୁଟନୀତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଜଗନ୍ନାଥ ପଡାରେ ହେଉଥିବା ନାଟକ ଅଯୋଧ୍ୟା କାଣ୍ଡ ଆରମ୍ଭ ହୋଇଥିବା ବେଳେ ଗୁରୁ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ସଦାଶିବ ରଚିତ କଣ୍ଠରେ ଗୀତ ଓ ନାଟକ ଆୟୋଜିତ ହୋଇଛି । ଶିବ ଧନୁ ଭଙ୍ଗ ସହ ପର୍ଶୁରାମ ଭେଟ, ସୀତା ବିବାହ ରୀତିନିତି ମଧ୍ୟରେ ସମ୍ପୁର୍ଣ୍ଣ ହୋଇଥିଲା । ଏହି ଅବସରରେ ପଡାର ମହିଳାମାନେ ଗୀତ ନାଚରେ ବେଶ୍‌ ଝୁମିଥିଲେ । ପର୍ଶୁରାମ ଭେଟ ସହ ମନ୍ଥରା କୂଟନୀତି ଦର୍ଶକଙ୍କୁ ବେଶ ମନଛୁଇାଁ ଥିଲା । ନାଟକ ଦେଖିବା ପାଇଁ ଆଖପାଖ ଗାଁ ର ଲୋକ ଓ ସହରର ଲୋକଙ୍କ ଭିଡ ଜମିଥିବା ବେଳେ ବାଦ୍ୟରେ ପୀତବାସ ବେହେରା, ଦିଲ୍ଲୀପ ସିଂଦେଓ, ଆୟୁଷ୍ମାନ ତ୍ରିପାଠି, ସଂଜିବ ସାହାଣି । ଗୀତ ପାଲିଆରେ ସୁଶାନ୍ତ ଚୋପଦାର, ବସୁଦେବ ବେହେରା, ଚିଦାନନ୍ଦ ବେହେରା, ଗୀତିକାର ରେଶ୍ମାରାଣୀ ଦାଶ ଏହି ନାଟକରେ ଅଭିନୟ କରୁଥିବା ସର୍ବ ପୁରାତନ କଳାକାରମାନଙ୍କ ମଧ୍ୟରେ ଅଯୋଧ୍ୟାବାସୀ ସୁବାଷ ସାଏ, ପାର୍ଥ ପଟେଲ ଏବଂ ମନ୍ଥରା ଅଭିନୟରେ ଗୀତ ନାଚରେ ବେଶ ଦର୍ଶକଙ୍କୁ ମନ ମୋହିଥିଲେ ।

jittmm
Leave A Reply

Your email address will not be published.