ଦେଓଗାଁ ବ୍ଲକରେ କମୁଛି କରୋନା ସଂକ୍ରମଣ : ଗତକାଲି ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ରୋଗୀଙ୍କ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ କିଛି ଦିନରେ ଜଣେରୁ ତିନି ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଅଞ୍ଚଳର ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ କମିବାରେ ଲାଗିଛି । ହେଲେ କରୋନା ପ୍ରତି ଭୟଭୀତ ନ ରହିଲେ ଆଗାମୀ ଦିନରେ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଶନିବାର ଦିନ ଦେଓଗାଁ ବ୍ଲକ ଦେଓଗାଁ ପଞ୍ଚାୟତରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ମିଳିଛି । ସେହିଭଳି ଶୁକ୍ରବାର ଦିନ ବ୍ଲକରେ କୌଣସି ରୋଗୀ ଚିହ୍ନଟ ହୋଇନଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.