ଜିଲ୍ଲା କଂଗ୍ରେସ କମିଟି ତରଫରୁ ସେବା ଓ ବଳିଦାନର ୧୩୮ତମ ବର୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସେବା ଓ ବଳିଦାନର ୧୩୮ ତମ ବର୍ଷ ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତର ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦେଶ ପାଇଁ ସେମାନଙ୍କର ତ୍ୟାଗ ଓ ବଳିଦାନର ଗାଥା ସ୍ମରଣ କରାଯାଇଥିଲା । ଦଳ ପାଇଁ ସମର୍ପିତ ପ୍ରତ୍ୟେକ କର୍ମୀଙ୍କୁ ଦଳ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । କଂଗ୍ରେସ ସରକାର ଥିବା ସମୟରେ ଦେଶର ଅର୍ଥନୀତି ସୁଦୃଢ ଥିଲା ତଥା ଦେଶରେ ସାମ୍ପ୍ରଦାୟିକତାବାଦ ନ ଥିଲା ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୀଷ ମିଶ୍ର, କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ କୈଳାସ ମିଶ୍ର, ନାସିର ଖାନ, ନୀତିଶ ପଧାନ, ସଞ୍ଜୟ ମିଶ୍ର, ସମୀର କୁମ୍ଭାର, ରଜାକ୍‌ ଖାନ, କିଶୋର ଦଣ୍ଡସେନା, ଅନ୍ତ ମଛଖଣ୍ଡ ପ୍ରଭୃତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.