ମାର୍ଚ୍ଚ ୩୦ରେ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ : ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠିତ

ବ୍ରହ୍ମପୁର : ମହାତ୍ମା ଗାନ୍ଧିଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ ବୁଧବାର ଇଞ୍ଜିନିୟରିଂ ସ୍କୁଲସ୍ଥିତ ରାଜସ୍ୱ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲାର ସବୁ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଶିକ୍ଷାବିତ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ୨୦୧୯ ମାର୍ଚ୍ଚ ୨୯ ତାରିଖରେ ଗାନ୍ଧିଜୀ ଓଡ଼ିଶା ଗସ୍ତ ବେଳେ ବ୍ରହ୍ମପୁରକୁ ଆସିଥିଲେ । ସେହି ସ୍ମୃତି ପାଳନ କରିବାକୁ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବୁଧବାର ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ଆନୁକୂଲ୍ୟରେ ବ୍ରହ୍ମପୁରର ବୁଦ୍ଧିଜୀବୀ, ଗାନ୍ଧିପ୍ରେମୀ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କ ପକ୍ଷରୁ ଆୟୋଜିତ ବୈଠକରେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଂଯୋଜକ ଉପେନ୍ଦ୍ର ପାଢୀ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ବରିଷ୍ଠ ଭେଷଜବିତ୍‌ ପ୍ରଫେସର ପିସି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଆହ୍ୱାନକ୍ରମେ ବୈଠକ ପରଚାଳିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ଉକ୍ରଳ ଆଗମନର ଶତବାର୍ଷିକୀ ପାଳନ କରାଯାଉଛି । ସେହିକ୍ରମରେ ବ୍ରହ୍ମପୁରରେ ମଧ୍ୟ ମାର୍ଚ୍ଚ ୩୦ ତାରିଖରେ ବ୍ରହ୍ମପୁର ଷ୍ଟେସନଠାରୁ ଏକ ଶୋଭାଯାତ୍ରା ବାହରି ସହର ପରିକ୍ରମା କରିବ । ଏହାପରେ ବ୍ରହ୍ମପୁର ଷ୍ଟାଡିୟମ ଠାରେ ଉତ୍ସବ ପାଳନ ହେବ । ଏହି ଅବସରରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାତ୍ମାଙ୍କ ଜୀବନୀଙ୍କୁ ନେଇ ପ୍ରତିଯୋଗିତା ଓ ଆଲୋଚନାଚକ୍ର ଅୟୋଜନ ହେବ । ୧୯୨୧ରେ ମହାତ୍ମା ଗାନ୍ଧିଙ୍କ ବ୍ରହ୍ମପୁର ଗସ୍ତ ବେଳେ ଯେମିତି ୦ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାନ ଢଙ୍ଗରେ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ଉତ୍ସବ ପାଳନ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଆସନ୍ତା ୨୧ ତାରିଖରେ ପୁଣି ଏକ ବୈଠକ ହେବ ବୋଲି କୁହାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଡା.ସୁବାସ ଚନ୍ଦ୍ର ସାହୁ, ପ୍ରଫେସର ରଘୁନାଥ ପ୍ରସାଦ ପାଢୀଶର୍ମା, ଆଇନଜୀବୀ ମନୋଜ ପଟ୍ଟନାୟକ, କଂଗ୍ରେସ ନେତା ପୀତବାସ ପଣ୍ଡା, ସିଟୁ ନେତା ଯୁଧିଷ୍ଠିର ବେହେରା, ବିଜେପିର ଶରତଚନ୍ଦ୍ର ସାହୁ, ହେଚଏମଏସର ସତ୍ୟନାରାୟଣ ତ୍ରିପାଠୀ, ଜଗନ୍ନାଥ ସାବତ, ଅନନ୍ତ ମହାନ୍ତି, ପୁଷ୍ପାଞ୍ଜଳି ପଟ୍ଟନାୟକ, ବନ୍ଦନା ମହାପାତ୍ରଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଟି. ଗୋପୀ, କାହ୍ନୁ ବାଳକୃଷ୍ଣ ବିହାରୀ, ମିହିର ରଞ୍ଜନ ତ୍ରିପାଠୀ, ସୁକାନ୍ତ କୁମାର ତ୍ରିପାଠୀ, ଡ଼. ପୂର୍ଣ୍ଣଚନ୍ଦ୍ର ଦାଶ, ରବିନ୍ଦ୍ର କୁମାର ପଣ୍ଡା, ସଦାନନ୍ଦ ନାୟକ, ସୁଧାକର ପାତ୍ର, ·ଇଲଡ଼ ଲାଇନର ସଭାପତି ସୁଧିର ସାବତ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, ଡ଼ା. ଅମୂଲ୍ୟ କୁମାର ଚୌଧୁରୀ, ଡ଼. ଡ଼ମ୍ବରୁଧର ଦାଶ, ସନାତନ ସାହୁ, କ୍ଷେତ ପ୍ର·ର ସଂସ୍ଥାର ଅଧିକାରୀ ମନମୋହନ ପାଢ଼ୀ, ଶରତ କୁମାର ସାହୁ, ଅଭୟ କୁମାର ପଣ୍ଡା, ଅନନ୍ତ ନାରାୟଣ ମହାନ୍ତି, ରବିନ ବାରିକ, ପ୍ରଫୁଲ ଚନ୍ଦ୍ର ମହାନ୍ତି (ହାରିତସ), ପୁଷ୍ପାଞ୍ଜଳି ପଟ୍ଟନାୟକ, ଶିକ୍ଷାବିତ କାମରାଜୁ ମହାରଣା, କପିଳ ଚନ୍ଦ୍ର ମହାନ୍ତି, ମାନସ ରଂଜନ ତ୍ରିପାଠୀ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ରଞ୍ଜନ କୁମାର ସାହୁ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.