ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଚୁଡାପାଲି ନିକଟସ୍ଥ ଗର୍ଜନ ଗ୍ରାମରେ ଜନ୍ମିତ ଜନସେବୀ, ସଂଗଠକ ଓ ପରୋପକାରୀ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଏକ କମିଟି ଗଠନ ପାଇଁ ଡ. ପ୍ରେମଚାନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ହୋଇଥିଲା । ସର୍ବ ସମ୍ମତିକ୍ରମେ ଉକ୍ତ କମିଟିରେ ମଦନ ମୋହନ ରଥ ସଭାପତି, କସ୍ତୁରୀ ରଥ ଉପ-ସଭାପତି, ମଧୁ ସାହୁ ସଂପାଦକ, ସୁନାଧର ବନଛୋର ସହ-ସଂପାଦକ ଓ ଆବାହକ ଭାବେ କୃଷ୍ଣଚନ୍ଦ୍ର ମିଶ୍ରଙ୍କୁ ମନୋନୀତ କରାଯାଇଛି । ଏହି ଶତବାର୍ଷିକୀ ପାଳନରେ ପ୍ରାୟ ୧୦ ଜଣ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିବା ଓ ଏକ ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସ୍ମରଣିକା କମିଟିରେ ଶିବ ପ୍ରସାଦ ପଣ୍ଡା ମୁଖ୍ୟ ସଂପାଦକ, ରତ୍ନମୟ ତ୍ରିପାଠୀ ସଂପାଦକ ଭାବେ ଓ ସଂପାଦନ ମଣ୍ଡଳୀକୁ ଡ. ଅଶୋକ କୁମାର ସେଠୀ, ହୃଷିକେଶ ପୁରୋହିତ, ମାଳତୀ ଉଦ୍‌ଗାତା, ଶୁଭେନ୍ଦ୍ର ନେପାକ ଓ କେଶବ ଚନ୍ଦ୍ର ମିଶ୍ରଙ୍କୁ ଗ୍ରହଣ କରାଯାଇଛି । ଉପଦେଷ୍ଟା ମଣ୍ଡଳୀରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଜୟରାମ ମିଶ୍ର, ଡ. ପ୍ରେମଚାନ୍ଦ ମହାନ୍ତି ଓ କପିଳ ପତିଙ୍କୁ ଗ୍ରହଣ କରାଯାଇଛି । ଶେଷରେ ଅରୁଣ କୁମାର ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.