oom

କଳା ଶିକ୍ଷକ ନିଯୁକ୍ତିରେ ସ୍ଥାନୀୟ ନିଯୁକ୍ତି ଦାବୀ କଲା ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିରରେ କଳା ଶିକ୍ଷକ ନିଯୁକ୍ତିକୁ ସ୍ଥାନୀୟ ଆବେଦନକାରୀଙ୍କୁ ଆଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଅନେକ ଦିନରୁ କଳା ଶିକ୍ଷକ ପଦବୀ ଖାଲି ପଡିଛି । ଅନ୍ୟ ସବୁ ଜିଲ୍ଲାମାନଙ୍କରେ ନିଯୁକ୍ତି ହୋଇସାରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏ ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହିଁ ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୨୦୧୯ ମସିହାରେ ଜିଲ୍ଲା ପ୍ରଜେକ୍ଟ କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ପତ୍ର ସଂଖ୍ୟା ୩୮୨୬ ତା.୨୭.୧୨.୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ କଳା ଶିକ୍ଷକ ୧୬୯ ପଦବୀ ଓ ଖେଳ ଶିକ୍ଷକ ୨୧ ପଦବୀ ଥିଲା । ତାହା ସେହି ସମୟରେ ନିଯୁକ୍ତି ହୋଇନଥିଲା । ପରବର୍ତ୍ତୀ ସମୟରେ ୨୦୨୨ରେ ପତ୍ର ସଂଖ୍ୟା ୨୦୫୭ ତା.୨୫.୦୮.୨୦୨୨ରେ କଳା ଶିକ୍ଷକ ୧୨୬ ପଦବୀ ବାହାରିଥିଲା । ଅନେକ ସମୟରେ ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ହୋଇ ଆସୁଛି ଯେ, ନିଯୁକ୍ତିରେ କାହିଁକି ବିଳମ୍ବ ଘଟୁଛି । କେଉଁ କାରଣରୁ ଘଟୁଛି । ଜିଲ୍ଲା ପ୍ରଶାସନ ଜାଣିଶୁଣି ବିଳମ୍ବ କରୁଛି ଓ ଜିଲ୍ଲା ବାହାରର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦେବାର ମସୁଧା କରୁଛି ଏବଂ ଗୋଟିଏ ପରେ ଗୋଟିଏ ବିଜ୍ଞପ୍ତି ବାହାର କରୁଛି, ଯେଉଁଥିରେ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ହତାଶ ହେବାରେ ଲାଗିଛନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ବଲାଙ୍ଗିର ୟୁଥ ଏକ୍ସନ କମିଟି ତରଫରୁ ଦାବୀ କରାଯାଉଛି ଯେ, ବଲାଙ୍ଗିର ଜିଲ୍ଲାର କଳା ସଂସ୍କୃତି ସଂଘ ଓ ବ୍ଲକ ସାଂସ୍କୃତିକ ସଂଘମାନଙ୍କରେ ଜଡିତ ହୋଇ ଯେଉଁମାନଙ୍କର ଅଭିଜ୍ଞତା ଅଛି ଏବଂ ସେମାନେ ବଲାଙ୍ଗିର ଜିଲ୍ଲାର ସେମାନଙ୍କୁ ପ୍ରଥମେ ନିଯୁକ୍ତି ଦେବାକୁ ଦାବୀ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ୟୁଥ ଏକ୍ସନ କମିଟିର ଉପସଭାପତି ପିଙ୍କୁ ବନଛୋର, ରବି ଖମାରୀ, ଉପଦେଷ୍ଟା ପ୍ରଶାନ୍ତ ନାୟକ, ସଂଯୋଜକ ରିଲୁ ରଥ, ସଂପାଦକ ସୁମେଶ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.