oom

ଫେଲେରିଆ ନିରାକରଣ ପାଇଁ ସଭା ଓ ସହରି ସଂଯୋଗୀକରଣ କମିଟି ଗଠନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ ସଭାଗୃହ ମଧ୍ୟରେ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ସାମୁହିକ ଫେଲେରିଆ ସେବନ ଅଭିଯାନ – ୨୦୨୪କୁ ସଫଳ କରିବା ପାଇଁ ଜିଲ୍ଲାର ପ୍ରମୁଖ ସରକାରୀ, ବେସରକାରୀ ବିଭାଗମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କମିଟି ଗଠନ ତଥା ଓ ଏହା ପାଇଁ ଲୋକ ସଚେତନତା, ସହଭାଗିତା ର ଏକ ବିଶେଷ ଆଲୋଚନା କରାଯାଇ ଦାଇତ୍ୱ ବଣ୍ଟନ କରାଯାଇଛି । ଉପରୋକ୍ତ କମିଟିରେ ବଲାଙ୍ଗିର ପୌରପାଳିକାର ସବିଶେଷ ସହଯୋଗିତା ପାଇଁ ବଲାଙ୍ଗିର ପୌରପାଳିକା ନିର୍ବାହି ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କୁ ଦାଇତ୍ୱ ହସ୍ତାନ୍ତର କରିବା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ, ଦିବ୍ୟ କିଶୋର ପତି, ଅତିରିକ୍ତ ଅଧିକାରୀ ପ୍ରଜେକ୍ଟ ମ୍ୟାନେଜର ମୃତ୍ୟଞ୍ଜୟ ମୁଣ୍ଡ, ଅତିରିକ୍ତ ପ୍ରଜେକ୍ଟ ମ୍ୟାନେଜର ରାମାନୁଜ ପଣ୍ଡା, (ଡବ୍ଲୁ.ଏଚ୍‌.ଓ)ର ଆଞ୍ଚଳିକ ପରିଚାଳକ, ଜିଲ୍ଲା ଶିଶୁ ଓ ମାତୃ ବିଭାଗ, ଶିକ୍ଷା ବିଭାଗ, ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ବସ ଚାଳକ ଅନୁଷ୍ଠାନ, ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଓ କାନ୍ଧପାଲିପଡ଼ାଙ୍କ ପ୍ରତକ୍ଷ ତତ୍ତ୍ୱବଧାନରେ ଏହି ଅଭିଯାନକୁ କିଭଳି ଶତପ୍ରତିଶତ ସଫଳ କରାଯିବା ସେ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ଶେଷରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏପି.ଏମ୍‌ ରାମାନୁଜ ପଣ୍ଡା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.