om academy

ପାଇକମାଲ ବ୍ଲକ କୃଷି ଉପଦେଷ୍ଟା କମିଟି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ କୃଷି କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକ କୃଷକ ଉପଦେଷ୍ଟା କମିଟିର ଚଳିତ ବର୍ଷ ପାଇଁ ପ୍ରଥମ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ ବ୍ଲକସ୍ତରୀୟ ଅଧିକାରୀ ଯୋଗଦାନ କରି କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପ୍ରାଣୀ ସଂପଦ ବିଭାଗ, ମତ୍ସ୍ୟ ସଂପଦ ବିଭାଗର ବିଭିନ୍ନ ଯୋଜନା ଉପରେ ସବିଶେଷ ଆଲୋଚନା କରିଥିଲେ । ପାଇକମାଲ ବ୍ଲକ କୃଷକ ଉପଦେଷ୍ଟା କମିଟିର ଚେୟାରମେନ୍‌ ଯୋଗେନ୍ଦ୍ର ଭୋଇ ବିଭିନ୍ନ ବିଭାଗର ଯୋଜନା ଗୁଡିକ ଚାଷୀମାନଙ୍କର ହକ୍ ଓ ଚାଷୀମାନେ କିପରି ତାର ସୁବିନିଯୋଗ କରିବେ ତାହା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ପାଇକମାଲ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ଚାଷୀ ଭାଇମାନଙ୍କ ସହିତ ମିଶି ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବା ପାଇଁ କୃଷି ଓ ଅନୁଷଙ୍ଗିକ ବିଭାଗର ଅଧିକାରୀ ମାନଙ୍କୁ କହିଥିଲେ । ଅବସରକାଳୀନ ବିଦାୟ କୃଷି ଅଧିଦର୍ଶକ ଯୋଗେଶ୍ୱର ପଟେଲଙ୍କୁ ତାଙ୍କର ପାଇକମାଲ ବ୍ଲକ ଚାଷୀ ଓ କୃଷି ପ୍ରତି ଅବଦାନ ବିଷୟରେ ଗୁରୁତ୍ୱାରୋପ କରିବା ସହିତ ଶ୍ରୀ ପଟେଲଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ପାଇକମାଲ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.