oom

ବ୍ଲକସ୍ତରୀୟ ଏନ୍‌ଏମ୍‌ଓପିଏସ୍ କ୍ରିୟାନୁଷ୍ଠାନ କମିଟି ଗଠିତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ସୋମବାର ବ୍ଲକସ୍ତରୀୟ ଏନ୍‌ଏମ୍‌ଓପିଏସ୍ କମିଟି ଗଠିତ ହୋଇଯାଇଛି । ଏଥିରେ ବ୍ଲକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣାଙ୍କ ସଭାପତିତ୍ୱରେ ଏନ୍‌ଏମ୍ଓପିଏସ୍‌ କଳାହାଣ୍ଡି ଜିଲ୍ଲା ଉପସଭାପତି ବସନ୍ତ କୁମାର, ଜୟପାଟଣା ବ୍ଲକ ସମ୍ପାଦକ ଲଳିତ କୁମାର ନାଏକ, ଥୁଆମୂଳ ରାମପୁର ବ୍ଲକ ସଭାପତି ଅଜିତ କୁମାର ନାୟକ, ଭବାନୀପାଟଣା ବ୍ଲକ ସଭାପତି ପ୍ରଦ୍ୟୁମ୍ନ ହୋତା, ଜିଲ୍ଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପଧାନ, କର୍ଲାମୁଣ୍ଡା ବ୍ଲକ ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ନୂତନ ପେନସନ ନୀତିକୁ ଉଚ୍ଛେଦ ଓ ପୁରାତନ ପେନସନ ପ୍ରଚଳନ ପାଇଁ ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଏଥି ସହିତ ଏକ ବ୍ଲକସ୍ତରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା । ଏଥିରେ ମାଧ୍ୟମିକ ଶିକ୍ଷା ବିଭାଗରୁ ସଭାପତି ଭାବେ ସୁରଜିତ ରଣା, ପ୍ରାଥମିକ ଶିକ୍ଷା ବିଭାଗରୁ ସଂପାଦକ ଭାବେ ଉଜ୍ଜ୍ୱଳ କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗରୁ ଉପସଭାନେତ୍ରୀ ଭାବେ ଶୁଭଶ୍ରୀ କାନୁନଗୋ, ପଂଚାୟତ ରାଜ ବିଭାଗରୁ ଉପସଭାପତି ଭାବେ ପ୍ରଦୀପ କୁମାର ମାଝୀ, ଗୃହ ବିଭାଗରୁ ଉପସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ସାହୁ, ସ୍ୱାସ୍ଥ୍ୟ ବିଭାଗରୁ ସହସମ୍ପାଦକ ଭାବେ ବିମଳ ସାହୁ, ଅଗ୍ନିଶମ ବିଭାଗରୁ ସହସମ୍ପାଦକ ପ୍ରଣବ ପ୍ରକାଶ ନାଏକ, ପ୍ରାଣୀ ସମ୍ପଦ ବିଭାଗରୁ ସହସମ୍ପାଦକ ସନ୍ତୋଷ ମାଝୀ, ଶିକ୍ଷା ବିଭାଗରୁ କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ମିଶ୍ର, କୃଷି ବିଭାଗରୁ କାର୍ଯ୍ୟକାରୀ ସଭାପତି ଭାବେ ପିତାମ୍ବର ମାଝୀ, ରାଜସ୍ୱ ବିଭାଗରୁ ସଂଗଠନ ସମ୍ପାଦକ ମୋହନ ପଧାନ, ମେଡିଆ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଓ ସୌଭାଗ କୁମାର ସାହୁ, ଉପଦେଷ୍ଟା ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା, ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମରେ ସଭାଟିକୁ ଉଜ୍ଜଳ କୁମାର ସାହୁ ସଂଯୋଜନା କରିଥିବା ବେଳେ କାଶୀନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.