oum

ଭାରତୀୟ ମଜଦୁର ସଂଘର ଜିଲ୍ଲା କମିଟି ଗଠନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତ ବର୍ଷର ସର୍ବବୃହତ ମହାସଂଘ ହେଉଛି ଭାରତୀୟ ମଜଦୁର ସଂଘ । ଏହି ସଂଘରେ ସର୍ବ ଭାରତୀୟ ସ୍ତରରେ ଏକ କୋଟି ସଦସ୍ୟ ଥିବାର ସଂଘ ଦାବୀ କରେ । ଏହି ମହାସଂଘରେ ଅନେକ ପ୍ରକାରର ମଜଦୁର ସଂଘଗୁଡିକ ଜଡିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଆଶା, ଅଙ୍ଗନୱାଡି, ପାଚିକା, ରେଲୱେ, କୋଠାବାଡି, ରାଜମିସ୍ତ୍ରୀ, ଝାଡୁଦାର, ରିକ୍ସା ଚାଳକ, ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ, ଉଠା ଦୋକାନୀ, କଳ କାରଖାନାରେ କାର୍ଯ୍ୟରତ ମଜଦୁର ପରି ଅନେକ ସଂଘର ସଦସ୍ୟମାନେ ଏହି ସଂଘରେ ମିଳିତଭାବେ ସଂଘଠିତ ହୋଇଥାନ୍ତି । ଆଜି ବଲାଙ୍ଗିର ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟାଳୟରେ ଜିଲ୍ଲାର ବିଭିନ୍ନ ସଂଘର ଶତାଧିକ ସଦସ୍ୟ ଏକତ୍ରିତ ହୋଇ ଜିଲ୍ଲା କମିଟି ଗଠନ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲାର ବଲାଙ୍ଗିର ଓ ସୋନପୁର ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା ସଭାର ନେତୃତ୍ୱ ନେଇଥିଲେ ଏବଂ ଜିଲ୍ଲାର ନୂତନ କମିଟି ଗଠନ କରିବା ସହିତ ସଭାପତି ଭାବେ ଅରୁଣ ପଟେଲ, ଯୁଗ୍ମ ସଭାପତି ସ୍ନିଗ୍ଧାଞ୍ଜଳୀ ନନ୍ଦ, ସମ୍ପାଦକ ଫିରୋଜ କୁମାର ସାହୁ, ସହ ସମ୍ପାଦିକା ଯାଜ୍ଞସୀନି କୁମ୍ଭାର, ସଂଗଠନ ସମ୍ପାଦକ ଚିତ୍ତରଞ୍ଜନ ପାଢ଼ୀ, କୋଷାଧ୍ୟକ୍ଷ ବାଳକୃଷ୍ଣ ସାହୁ ଓ ସହାୟକ ସଦସ୍ୟମାନେ ହେଲେ ସୁନୀଲ ମିଶ୍ର, ବିନୋଦିନୀ ପଟେଲ, ଆଭାମୟୀ ପୁରୋହିତ, ନିରାବତୀ ମେହେର, ରାଜକୁମାର କଲେତ, ଶରତ ସାହୁ, ଗୋପାଳ ସାହୁ, ନୀଳାମ୍ବର ବେହେରାଙ୍କୁ ଦାୟିତ୍ୱ ଭାର ଦିଆଗଲା । ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘକୁ ସୁଚାରୁରୂପେ କାର୍ଯ୍ୟକାରି କରିବା ସହିତ ଜିଲ୍ଲାର ସମସ୍ତ ମଜଦୁର କିପରି ଭାବରେ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ସଦାସର୍ବଦା ଜାଗ୍ରତ ହେବେ ବୋଲି ନୂତନ କମିଟି ସଦସ୍ୟ ପ୍ରତିଶୃତିବଦ୍ଧ ହେଲେ ।

Leave A Reply

Your email address will not be published.