ଖବର କାଗଜ ବିତରକ ମାନଙ୍କୁ କମ୍ବଳ ବଣ୍ଟନ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଏବଂ ନୟାଗଡ଼ ରୋଟାରୀ କ୍ଲବ ଏକ୍ସିଲେନ୍ସିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିତରକ ସଂଘ ସଭାପତି ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟରତ ୨୦ ଜଣ ଖବର କାଗଜ ବିତରକ ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ, ବିକ୍ରମ ସ୍ୱାଇଁ, ଦୀପକ ଦାସ, ବିଭୁତି ପଟ୍ଟନାୟକଙ୍କ ସମେତ ରୋଟାରିଆନ ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଉପସ୍ଥିତ ଥିଲେ ।

Leave A Reply

Your email address will not be published.