oom

ନିଜ ଜନ୍ମମାଟି ପାଇକମାଲରେ ଇଷ୍ଟଦେବୀଙ୍କୁ ପୂଜା କରି ଆଶୀର୍ବାଦ କାମନା କଲେ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲରେ ତଥା ନିଜ ଜନ୍ମମାଟିରେ ଶନିବାର ନିର୍ବାଚନ ପାଇଁ ଆଶୀର୍ବାଦ କାମନା କରିଛନ୍ତି ପ୍ରଦୀପ ପୁରୋହିତ । ସକାଳେ ବରଗଡ଼ ଲୋକସଭା ଆସନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ଧର୍ମପତ୍ନୀ ପ୍ରତିମା ପୁରୋହିତଙ୍କ ସହ ବିରବାଦ୍ୟର ତାଳେ ତାଳେ ଚାଲି ଚାଲି ଯାଇ ପାଇକମାଲର ଇଷ୍ଟଦେବୀ ତଥା ପୁରୋହିତଙ୍କ କୁଳଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କଠାରେ ଗ୍ରାମର ଗୌନ୍ତିଆ ଘରକୁ ଯାଇ ମାଁ ବିନ୍ଧ୍ୟ ବାସିନୀଙ୍କଠାରେ ପୂଜା ଅର୍ଚ୍ଚନା ସହ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପାଇକମାଲ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ଜିଲ୍ଲା ଉପସଭାପତି ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟ ନାଗ, ଯୋଗେନ୍ଦ୍ର ଭୋଇ, ରାଜେନ୍ଦ୍ର ସେଠ୍, ସତ୍ୟଭୂଷଣ ସାହୁ, ସୁଶାନ୍ତ ଭୋଇ, ସଞ୍ଜୟ ବେହେରା, ଏମ୍‌ ଡି ରାଜା, ରୋସନ ପାଣିଗ୍ରାହୀ, ନୀତେଶ ଅଗ୍ରୱାଲ, ବଳରାମ ସାହୁ, ହାଡୁ ସାହୁ, ସୁବାସ ମେହେର ତଥା ଶତାଧିକ କାର୍ଯ୍ୟକର୍ତ୍ତା ଓ ଅସଂଖ୍ୟ ମା ଭଉଣୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ତରଫରୁ ଶ୍ରୀ ପୁରୋହିତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ବିନୋଦ କାଳିଆ ଓ ସନ୍ତୋଷ ପାଣିଗ୍ରାହୀ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେହିପରି ଶୁକ୍ରବାର ନିଜ ପୂର୍ବପୁରୁଷଙ୍କ ଜନ୍ମମାଟି ଗାଇସିଲେଟ୍‌ ଗ୍ରାମକୁ ଯାଇ ନିଜ ଇଷ୍ଟଦେବୀଙ୍କୁ ପୁଜା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

jittmm
Leave A Reply

Your email address will not be published.