om academy

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରେ କମାଲ୍‌ କଲା ଯୁବୋଦୟ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରେ ପୁଣି ବାଜି ମାରିଛି ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି ଶିକ୍ଷାନୁଷ୍ଠାନର ୧୩ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ଯୁବୋଦୟରୁ ୪୮୫ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୭୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୧୩ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଅନୁଷ୍ଠାନରୁ ସର୍ବାଧିକ ପାଞ୍ଚ ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ପ୍ରଥମ ଦଶ ରେଙ୍କ ମଧ୍ୟରେ ରହିପାରିଛନ୍ତି । ସେମାନେ ହେଲେ ପ୍ରଜ୍ଞା ପରିମିତା ପ୍ରଧାନ (୫୬୦), ରଚିତ ପ୍ରଧାନ (୫୬୦), ଆୟୁଷ ମେହେର (୫୫୭), ପ୍ରଜ୍ଞା ପଣ୍ଡା (୫୫୭) ଓ ସ୍ୱପ୍ରିଲ ସାହୁ (୫୫୭) । ଅନ୍ୟମାନଙ୍କ ମଧ୍ୟରେ ସୋନୁ ସାହୁ (୫୫୦), ଶୁଭମ ଅଂଶୁମାନ ପୁଟେଲ (୫୪୪), ଭାରତୀ ରଥ (୫୪୨), ନିକିତା ସ୍ୱାଇଁ (୫୪୦), ଭୂୟସୀ ସାହୁ (୫୪୦), ରୁଚିସ୍ମିତା ପ୍ରଧାନ (୫୪୦), ଶ୍ରୀତମ ପଣ୍ଡା (୫୪୦) ଓ ଆୟୁଷ୍ମାନ ଗଲାଇ (୫୪୦) ୯୦%ରୁ ଅଧିକ ମାର୍କ ରଖି କୃତିତ୍ୱ ହାସଲ କରିଛନ୍ତି । ୮୦ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି ।

Leave A Reply

Your email address will not be published.