.ସରକାରୀ ସହାୟତାକୁ ନେଇ ଚାଲିଛି ନାଟକବାଜୀ
.ବ୍ଲକର ଉନ୍ନୟନ କାମରେ ବାଧା ଦେଉଛି କିଏ ?
.କାମ ବନ୍ଦର କାରଣ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଦାବୀ
ଦେଓଗାଁ, (ମନୀଷ କୁମାର ସାହୁ) : ବନ୍ୟା ଯୋଗୁଁ କ୍ଷତି ହୋଇଥିବା ରାସ୍ତା, ଅଙ୍ଗନୱାଡୀ କୋଠା ଓ କିଛି ସ୍କୁଲ କୋଠାକୁ ମରାମତି କରିବା ପାଇଁ ଦୀର୍ଘ ମାସ ହେଲା ସରକାରୀ ଅନୁଦାନ ଆସିଛି ହେଲେ କିଛି ରାଜନେତାମାନଙ୍କ ମଧ୍ୟରେ ଭାଗବଣ୍ଟା ପଟୁ ନ ଥିବାରୁ କାମ ଆରମ୍ଭ ହୋଇପାରୁନାହିଁ । କାମକୁ ଯିଏ ବି କରୁ କିଛି କହିବାର ନାହିଁ, କିନ୍ତୁ କାମ ତୁରନ୍ତ ଆରମ୍ଭ କରାଯାଉ ବୋଲି ନିର୍ବାଚିତ ପ୍ରତିନିଧୀମାନେ ସମିତି ବୈଠକରେ ଦାବୀ କରିଥିଲେ । ଏପରି କି ବିଡିଓ ପ୍ରତିଶୃତି ନ ଦେବା ଯାଏ ସଭାକାର୍ୟ୍ୟ ବନ୍ଦ କରିଦେଇଥିଲେ । ବିଡିଓ ଆସନ୍ତା କାଳି ଆରମ୍ଭ କରାଯିବ ବୋଲି ଗତ ଡିସେମ୍ବର ୨୯ତାରିଖ ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରତିଶୃତି ଦେବା ପରେ ବୈଠକ ସ୍ସ୍ୱାଭାବିକ ହୋଇଥିଲା । କିନ୍ତୁ ସେହି ପ୍ରତିଶୃତି ଫସର ଫାଟିଗଲା । ଯାହାଫଳରେ ଜାନୁଆରୀ ୨୬ତାରିଖ ମଧ୍ୟରେ କାମ ଆରମ୍ଭ ନ ହେଲେ ୨୭ତାରିଖରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବ୍ଳକ କାର୍ୟ୍ୟାଳୟରେ ତାଳା ବନ୍ଦ କରାଯିବ ବୋଲି ଗତ ୨୦ତାରିଖ ଦିନ ବ୍ଲକ ଅଧ୍ୟକ୍ଷାଙ୍କ ସହ କିଛି ଲୋକ ପ୍ରତିନିଧୀ ଓ ବୁଦ୍ଧିଜିବୀ ତାଗିତ କରିଥିଲେ । ଏହସତ୍ୱେ କାମ ଆରମ୍ଭ ନ ହେବାରୁ ୨୭ ତାରିଖ ଦିନ ସମସ୍ତ ସମିତି ସଭ୍ୟ, ସରପଞ୍ଚ ବ୍ଲକ କାର୍ୟ୍ୟଳୟର ମୁଖ୍ୟ ଗେଟରେ ତାଳା ଦେଇ ବସି ନାରାବାଜି କରିଥିଲେ । ଅପରାହ୍ନ ପ୍ରାୟ ୫ଟା ସମୟରେ ଜିଳ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ସମସ୍ତ ପ୍ରକଳ୍ପ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଉଡାର ଓ କୁତୁର୍ଲା ପଞ୍ଚାୟତର କାମ ଆରମ୍ଭ ହୋଇଥିଲା । ଏହା ପରେ ଅନଶନରୁ ଓହରିଥିଲେ ଜନପ୍ରତିନିଧୀମାନେ । ହେଲେ ତାର ପରବର୍ତ୍ତୀୀ ଦିନରୁ ପୂର୍ବଭଳି କାମ ଠପ ହୋଇପଡ଼ିଛି । ଉନ୍ନୟନ ମୂଳକ କାମକୁ ବନ୍ଦ କରିବାର ରହସ୍ୟ କଣ ଓ କାହା ନିର୍ଦେଶରେ ଏଭଳି ନାଟକ ବାଜି ଚାଲିଛି ! ଜିଳ୍ଲାପାଳଙ୍କ ନିର୍ଦେଶ ପରେ କାମ ଆରମ୍ଭ ଓ କାର ଗୋଟେ ଦିନ ପରେ ପୁଣି ବନ୍ଦ ପଛରେ କାହାର ହାତ ବୋଲି ଏବେ ଦେଓଗାଁ ବ୍ଲକ ଅଞ୍ଚଳର ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଦେଓଗାଁ ବିଡିଓଙ୍କ କାର୍ୟ୍ୟକଳାପ ପ୍ରତି ସନ୍ଦେହ ଦେଖାଯାଉଛି । ଗତ ପଞ୍ଚାୟତ ସମିତି ବୈଠକରେ ସମିତି ସଭ୍ୟ ଓ ସରପଞ୍ଚ ସଂଘ ପକ୍ଷରୁ ବିଡିଓଙ୍କୁ ଏହି ଅନୁଦାନ ବ୍ୟବହାରକୁ ନେଇ ଘେରିଥିଲେ । ବିଡିଓ ସେହିଦିନ ଆସନ୍ତା କାଲିଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସମିତି ବୈଠକ ସ୍ବଭାବିକ ହୋଇଥିଲା । କିନ୍ତୁ ବିଡିଓ ପ୍ରତିଶୃତି ରଖି ପାରିଲେ ନାହିଁ । ଯାହାଫଳରେ ଉନ୍ନତିମୂଳକ କାମରେ ବାଧା ପ୍ରାପ୍ତ କଲେ ବାଧ୍ୟ ହୋଇ ସାଧାରଣ ଲୋକମାନେ ହସ୍ତକ୍ଷେପ କରିବେ ବୋଲି ବିଡ଼ିଓଙ୍କୁ ଚେତାବନୀ ଦିଆଯାଇଥିଲା । ବନ୍ଦ ହେବା କାରଣ ବିଷୟରେ ବିଡିଓଙ୍କୁ ପାରିବାରୁ କାମ ବନ୍ଦ ହୋଇନି, ଚାଳିଛି ବୋଲି କହିଛନ୍ତି ।
Prev Post
Next Post