- ଏସ୍.ଏମ୍. କ୍ଲାସିକ ୨୦୨୪ ହେଲେ ଶଙ୍କର ମେହେର ଓ ଅନିତା ମିଶ୍ର
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଳିଙ୍ଗ ବଡି ବିଲ୍ଡିଂ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ରବିବାର ସଂଧ୍ୟାରେ ଟିଟିଲାଗଡ଼ ନିକଟସ୍ଥ ଚାରଭଟା ଠାରେ ଥିବା ଓମ ଭ୍ୟାଲି ସ୍କୁଲ ଖେଳ ପଡ଼ିଆରେ ରାଜ୍ୟ ସ୍ତରୀୟ ଏସ୍.ଏମ୍.କ୍ଲାସିକ ଚମ୍ପିଆନ୍ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓମ ଭ୍ୟାଲି ସ୍କୁଲର ଚେୟାରମେନ ଦୀପକ ସାହୁ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜିର ବରିଷ୍ଠ ରେସ୍ଲର୍ ସତ୍ୟବୀର ଲାଲ ଅଗ୍ରୱାଲ ଓ ରାକେଶ ଅଗ୍ରୱାଲ ଯୋଗ ଦେଇଥିଲେ । ଦୀପ ପ୍ରଜ୍ୱଳନ କରିବା ସହ କଣ୍ଠଶିଳ୍ପୀ ନିରାକାର ସାହୁଙ୍କ ଜଗନ୍ନାଥ ଭଜନ ପରିବେଷଣ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ରାଜ୍ୟର ୨୨ଜିଲ୍ଲାରୁ ୧୨୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ଏସ୍.ଏମ୍. କ୍ଲାସିକ ଟାଇଟଲ ଜିତିଲେ ପୁରୁଷ ବର୍ଗରେ ସମ୍ବଲପୁରର ଶଙ୍କର ମେହେର ଓ ରନର୍ସ ଅପ୍ ହେଲେ ପୁରୀର ସତ୍ୟଜିତ ମିଶ୍ର । ଅନିତା ମିଶ୍ର ମହିଳା ବର୍ଗର ଟାଇଟଲ ହାସଲ କଲେ । ତେବେ ବିଜୟୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।