oom

ଅବସର ଓ ଦାୟିତ୍ୱ ଗ୍ରହଣ କାଳୀନ ସଭା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଶହୀଦ ଭଗତ ସିଂ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ସରୋଜ ଦାଶ ଦାୟିତ୍ୱ ଗ୍ରହଣ କରିଥିଲେ । ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମୋର୍ଦ୍ଧିତ କରାଯାଇଥିଲା । ସେହିପରି ଶିକ୍ଷାନୁଷ୍ଠନର ୩ ଜଣ କର୍ମଚାରୀଙ୍କୁ ଅବସର କାଳୀନ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରାଧ୍ୟାପକ ନରସିଂହ ସାହୁ, କନିଷ୍ଟ କିରାଣୀ ମହେନ୍ଦ୍ର ସ୍ୱାଇଁ ଓ ପିଅନ ଅନାଥ ତରାଇଙ୍କୁ ଅବସରକାଳିନ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନର ବରିଷ୍ଟ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା କମିଟିର ପ୍ରାକ୍ତନ ସମ୍ପାଦକ ବଂଶୀଧର ଗୌଡ଼, ପ୍ରାକ୍ତନ ସଭାପତି ରାମଚନ୍ଦ୍ର ନାୟକ, ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତି ପଟ୍ଟନାୟକ, ପ୍ରାକ୍ତନ ଅଧ୍ୟକ୍ଷ ଦଣ୍ଡପାଣି ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ରହିଥିଲେ । ଉଭୟ ୪୮୮ ବର୍ଗର ୨୦୧୭ ଅନୁଦାନ ଗ୍ରାଣ୍ଡ କର୍ମଚାରୀ ହୋଇଥିବାରୁ ଅବସରପ୍ରାପ୍ତ କନିଷ୍ଠ କିରାଣୀ ଶ୍ରୀ ସ୍ୱାଇଁ ଓ ପିଅନ ଶ୍ରୀ ତରାଇ ପେନସନ ପାଇପାରିବେ ନାହିଁ । ଯାହାକୁ ନେଇ ସମସ୍ତ କର୍ମଚାରୀ କ୍ଷୋଭ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.