
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ପୂର୍ବତନ ଯୁବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ । ବିଜେଡ଼ି.ର ଟାଣୁଆ ନେତା କଳିକେଶ ନାରାୟଣ ରାଜନୀତି ଆକାଶରେ ଏକ ସମ୍ଭାବନାମୟ ଜ୍ୟୋତିଷ୍କ ବୋଲି କୁହାଯାଉଥିବା ବେଳେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲାଙ୍ଗିର ମାଟିର ସାମୁହିକ ମଙ୍ଗଳ ପାଇଁ ସେ ସର୍ବଦା ଚେଷ୍ଟା କରି ଆସୁଥିବା ବେଳେ ସାଂସଦ ରହିଥିବା ସମୟରେ ସେ ଅନେକ କାର୍ଯ୍ୟ ହାତକୁ ନେଇ ନିଜର ସଫଳତା ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିରର ହକ୍ ପାଇଁ ବର୍ତ୍ତମାନ ମଧ୍ୟ ସେ ଲଢେ଼ଇ ଜାରି ରଖିଛନ୍ତି । ସଦାସର୍ବଦା ଜନ ହିତକର କାମ ପାଇଁ ଆଗେଇ ଆସୁଥିବା ଯୁବନେତା କଳିକେଶ ନାରାୟଣ ବଲାଙ୍ଗିର ମାଟିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଜଣେ ସଫଳ ବ୍ୟକ୍ତିତ୍ୱ ହୋଇଥିବା ବେଳେ ତାଙ୍କ ଦ୍ୱାରା ବଲାଙ୍ଗିର ମାଟି ବହୁ ଆଶା ଆକାଂକ୍ଷା ପୂର୍ଣ୍ଣ ହୋଇପାରିବ ବୋଲି ତାଙ୍କ ପ୍ରଶଂସକମାନେ ମତପ୍ରକାଶ କରନ୍ତି । ଓଡ଼ିଶାର ସୁନାମଧନ୍ୟ ବିଜେଡ଼ି ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସୁପୁତ୍ର କଳିକେଶ ନାରାୟଣ ସିଂହଦେଓ ୨୬ ମେ’ ୧୯୭୪ରେ ଜନ୍ମଗ୍ରହଣ କରିଥିବା ବେଳେ ଖୁବ୍ କମ୍ ବୟସରେ ସେ ରାଜନୀତି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ପାରିଛନ୍ତି ।
