ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ଶୁଭ ଉଦଘାଟନ କଲେ ବିଧାୟକ କଳିକେଶ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ରଜାମୁଣ୍ଡା, ଶିବତଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି, ଆଡେନ୍ ଦୁଙ୍ଗୁରି, ଜିରାଟମାଲ, ଚଡେଇ ମରା,ଓ ପଥର ଚେପା ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ବିଧାୟକ କଳିକେଶ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଉପାଧ୍ୟକ୍ଷ । ପୁଷ୍ପାଞ୍ଜଳି ହୋତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ, ପ୍ରଦୁମନ୍ୟ ହୋତା, କୈଳାଶ ଚନ୍ଦ୍ର ମହାନ୍ତି, ନରେନ୍ଦ୍ର ସୁନା, ଟିଟୁ ସାହୁ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ସହିତ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।