ଜିଲ୍ଲା ସ୍ୱାସ୍ଥ୍ୟବସ୍ଥା ସମୀକ୍ଷା କଲେ କଳିକେଶ

  • ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ସରକାରଙ୍କ ସଦ୍‌ଇଚ୍ଛା ନାହିଁ : କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡ଼ିକାଲର ସମ୍ମିଳନୀ କକ୍ଷରେ ବଲାଙ୍ଗିର ବିଧାୟକ କଳିକେଶ ସିଂ ଦେଓ ଜିଲ୍ଲା ଏବଂ ଭୀମଭୋଇ ମେଡ଼ିକାଲର ସ୍ୱାସ୍ଥ୍ୟବସ୍ଥା ସମୀକ୍ଷା କରିଛନ୍ତି । ଉକ୍ତ ବୈଠକର ଅଧ୍ୟକ୍ଷ ଶ୍ରୀ ସିଂଦେଓଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଭୀମଭୋଇ ମେଡ଼ିକାଲ କଲେଜ ଡ଼ିନ୍‌ ସୁପରିଣ୍ଟେଣ୍ଡଣ୍ଟ, ବିଭିନ୍ନ ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ସିଂଦେଓ ଟିକିନିଖି କରି ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ମେଡ଼ିସିନ୍‌, ଅର୍ଥୋପେଡ଼ିକ୍‌, ସର୍ଜରୀ, ଗାଇନିକ୍‌, ଶିଶୁରୋଗ, ମାନସିକ ରୋଗ, ନିଦାନ, ଅଲ୍‌ଟ୍ରାସାଉଣ୍ଡ, ଡାଏଲିସିସ୍‌, ସିଟିସ୍କେନ୍‌ ଓ ଔଷଧ ବିତରଣ ବିଭାଗ ଆଦି ଉପରେ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କର ପକ୍ଷ ରଖିଥିଲେ । କିନ୍ତୁ କେତେକ ସ୍ଥାନରେ ଯନ୍ତ୍ରପାତି, ଡାକ୍ତର ତଥା କର୍ମଚାରୀ ଅଭାବ ରହିଥିବା ବେଳେ ଆଉ କେତେକ ସ୍ଥାନରେ ସରକାରୀ ସଦିଚ୍ଛାର ଅଭାବର ଚିତ୍ର ସ୍ପଷ୍ଟ ବାରି ହୋଇଥିଲା । ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ବେଳେ ଜିଲ୍ଲା ତଥା ମେଡ଼ିକାଲ କଲେଜର ଏଭଳି ଦୟନୀୟ ଅବସ୍ଥାକୁ ନେଇ ଶ୍ରୀ ସିଂଦେଓ ଉଦ୍‌ବେଗ ପ୍ରକାଶ କରିବା ସହ ଏସବୁ ସମସ୍ୟା ସରକାରର ନଜରକୁ ଆଣି ଯଥାଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସିଂଦେଓ ନିଜ ପ୍ରତିକ୍ରିୟା ରଖିଥିଲେ ।

Leave A Reply

Your email address will not be published.