କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଆରଜିଆଣ୍ଡସିସିଆଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନା ପ୍ରସ୍ତୁତିର କଲେ ସମୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀଅମିତ ଶାହ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଆରଜିଆଣ୍ଡସିସିଆଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜନଗଣନା କରିବା ପାଇଁ ୧୬ ଜୁନ୍ ୨୦୨୫ରେ ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଘର ତାଲିକାକରଣ କାର୍ଯ୍ୟ (ଏଚଏଲଓ), ପ୍ରତ୍ୟେକ ପରିବାରର ବାସସ୍ଥାନ ସ୍ଥିତି, ସମ୍ପତ୍ତି ଓ ସୁବିଧାର ତଥ୍ୟ ସଂଗ୍ରହ କରାଯିବ । ପରବର୍ତ୍ତୀ ସମୟରେ, ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଜନସଂଖ୍ୟା ଗଣନା (ପିଇ), ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟାଗତ, ସାମାଜିକ-ଆର୍ଥିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ । ଏଥର ଜନଗଣନାରେ ଜାତି ଗଣନା ମଧ୍ୟ କରାଯିବ । ଜନଗଣନା କାର୍ଯ୍ୟକଳାପ ପାଇଁ, ପ୍ରାୟ ୩୪ ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ । ଏହା ହେଉଛି ଜନଗଣନା ଆରମ୍ଭରୁ ଷୋଡ଼ଶ ଏବଂ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା । ଆଗାମୀ ଜନଗଣନା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ । ଲୋକମାନଙ୍କୁ ସ୍ୱ-ଗଣନାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ । ତଥ୍ୟ ସଂଗ୍ରହ, ପ୍ରସାରଣ ଏବଂ ସଂରକ୍ଷଣ ସମୟରେ ତଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅତ୍ୟନ୍ତ କଠୋର ତଥ୍ୟ ସୁରକ୍ଷା ବ୍ୟବସ୍ଥା ରଖାଯିବ ।

jittmm
Leave A Reply

Your email address will not be published.