ଗୋଟିଏ ପରିବାର ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ ଧର୍ମକୁ ଫେରିଲେ ଦମ୍ପତ୍ତି । କୌଣସି କାରଣରୁ ପୂର୍ବପୁରୁଷ ମାନେ ଖ୍ରୀଷ୍ଟଧର୍ମକୁ ଚାଲି ଯାଇଥିଲେ । ହେଲେ ସନାତନ ବା ହିନ୍ଦୁଧର୍ମ ପ୍ରତି ଆକୃଷ୍ଟ ହୋଇ ପୁଣି ହିନ୍ଦୁଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗାଁର ଡକ୍ଟର ତାଣ୍ଡି ଓ ତାଙ୍କ ପତ୍ନୀ ସସ୍ମିତା କୁମ୍ଭାର । ଏହା ସହ ତାଙ୍କର ଦୁଇ ପୁଅଝିଅ ରାଜବୀର ତାଣ୍ଡି ଓ ରିୟାନ୍ସି ତାଣ୍ଡି ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏ ନେଇ ବଲାଙ୍ଗିର ଆର୍ଯ୍ୟ ସମାଜ ପକ୍ଷରୁ ଆୟୋଜିତ ଆହୁତି କାର୍ଯ୍ୟକ୍ରମରେ ସାମିଲ ହୋଇ ମୂଳ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବଲାଙ୍ଗିର ଆର୍ଯ୍ୟ ସମାଜ ପକ୍ଷରୁ ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ରକ୍ଷାବନ୍ଧନ ସହ ଆହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ବଲାଙ୍ଗିର ଆର୍ଯ୍ୟ ସମାଜ ନିକଟରେ ୧ ହଜାରରୁ ଅଧିକ ଲୋକ ହିନ୍ଦୁଧର୍ମକୁ ଫେରିବା ପାଇଁ ଆବେଦନ କରିଛନ୍ତି । ପର୍ଯ୍ୟାୟ କ୍ରମେ ସମସ୍ତେ ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି ବଲାଙ୍ଗିର ଆର୍ଯ୍ୟ ସମାଜର ସମ୍ପାଦକ ହିତେଶ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.