ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ପାଇକମାଲ ବ୍ଲକ ନୃସିଂହନାଥ ରାସ୍ତାରେ ଥିବ। ଜର୍ଜଗଡ଼ରେ ୩୨ତମ ଦୁର୍ଗାପୂଜା ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମହିଳାପୁରୁଷ, ପୁଅଝିଅ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ନିକଟସ୍ଥ ଝରଣାରୁ ଏକ ଶୋଭାଯାତ୍ରାରେ ୧୫୧ କଳସୀରେ ପବିତ୍ର ଜଳ ଆଣି ଦୁର୍ଗାପୂଜା ପେଣ୍ଡାଲରେ ସ୍ଥାପନ କରିଛନ୍ତି । କର୍ତ୍ତା ଭାବରେ ତ୍ରିଲୋଚନ ବରିହା ତାଙ୍କ ସହଧର୍ମିଣୀ ଶୋଭାବତୀ ଧରୁଆ ଦାୟିତ୍ୱ ତୁଳାଉ ଥିବାବେଳେ ପଣ୍ଡିତ ଦେବରାଜ ପଣ୍ଡା, ମନୋଜ ପୁରୋହିତ, କୁଳମଣି ମିଶ୍ର ପ୍ରମୁଖ ପୂଜାପାଠ, ହୋମଯଜ୍ଞର ଦାୟିତ୍ୱ ନେଇଛନ୍ତି । ପୂଜା କମିଟିରେ ସଭାପତି ଅଜୟ କୁମାର ସେଠ, ଉପସଭାପତି ଗୋପାଳ ସା, ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନ, କୋଷାଧକ୍ଷ କୈଳାସ କୁମ୍ଭାର, ସୁରଜ ପଣ୍ଡା ପ୍ରମୁଖ ଦାୟିତ୍ୱ ତୁଳାଉଛନ୍ତି । ଚଳିତ ଦୁର୍ଗା ପୂଜା ୨୮ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଯାଏ ଚାଲିବ ବୋଲି ପୂଜା କମିଟି ସଭାପତି ଜଣାଇଛନ୍ତି । ପୂଜା ସୁରୁଖୁରୁରେ ପରିଚାଳନା ପାଇଁ ଗ୍ରାମର ବୟୋଜ୍ୟେଷ୍ଠ ଲୋକଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ ହୋଇଛି । ଏଥିରେ ପୂର୍ଣ୍ଣରାମ ସା, ବିଭୁତି ମୁଣ୍ଡ, ନରେନ୍ଦ୍ର କୁମାର ସାହୁ, ଅଶ୍ୱିନୀ ସାହୁ, ବଡ ଶତପଥୀ, ଭୁବନେ ସା, ବସନ୍ତ ସାମଲ, ଡାକ୍ତର ଅନିଲ କୁମାର ମିଶ୍ର, ଯୋଗେନ୍ଦ୍ର ସାହୁ ଓ ରଣଜିତ ସରାପ ପ୍ରମୁଖ ଅଛନ୍ତି । ଆଜିର କାର୍ଯ୍ୟକ୍ରମ ଶେଷରେ ଝାଙ୍କର ଲୋକନାଥ ସାମିନି, ବିରଞ୍ଚି ସୁନା, ସଞ୍ଜୟ ସାମଲ, ଜିତେନ୍ଦ୍ର ମଟାରି ପ୍ରମୁଖ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ ।