କୁଡ଼ାସିଂହା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ପୁରୁଣା ବସ୍‌ଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୮ମ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ପାଇଁ ମୁଖ୍ୟ କର୍ତ୍ତା ଧନୁ ପଟେଲ ଏବଂ ଘର ପଟେଲ, ପୂଜକ ପ୍ରଦ୍ୟୁମ୍ନ ନାୟକ ଦାୟିତ୍ଵ ବହନ କରିବେ । କଳସ ଶୋଭାଯାତ୍ରାରେ ସୁମନ୍ତ ପଶାୟତ, ନରେନ୍ଦ୍ର ପଟେଲ, ମୀନକେତନ ପଟେଲ, ସ୍ଵାଧୀନ ନାୟକ ଏବଂ ପୂଜା କମିଟି ସମସ୍ତ ସଦସ୍ୟ, ସଦସ୍ୟା ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.