କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ଧୂମଧାମରେ ପାଳିତ ହେବାକୁ ଯାଉଛି ଶ୍ରୀରାମ ନବମୀ ମହୋତ୍ସବ । ତେବେ ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ୯ କୁଣ୍ଡିୟ ଜନ ଜାଗରଣ ମହା ଯଜ୍ଞର ଆୟୋଜନ କରାଯାଇଛି । ଅନେକ ଦମ୍ପତ୍ତି ଏଥିରେ ଯୋଗ ମଧ୍ୟ ଦେବେ । ଏଥିପାଇଁ ଆଜି ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ହେମାଳ ଭବନ ସମ୍ମୁଖରୁ ଏକ ବିଶାଳ କଳସ ଯାତ୍ରା ବାହାରି ଶ୍ରୀରାମ ମନ୍ଦିରକୁ ପହଁଚିଥିଲେ । ପରେ ସମସ୍ତ କଳସ ରଖି ପୂଜାର୍ଚ୍ଚନା କରାଯାଇଥିଲା । ଆଜିର ଏହି କଳସ ଯାତ୍ରାରେ ଶ୍ରୀରାମ ନବମୀ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ସଭାପତି ରାଜୁ ଶର୍ମା, ସମ୍ପାଦକ ବେଦବ୍ୟାସ ନାଗ, ପ୍ରଦୀପ ଖଣ୍ଡେଲ ବାଳ, ଚିନ୍ମୟ ଯୋଶୀ, ପ୍ରଦୀପ ବାଗ, ନିଶି କାନ୍ତ ମହାପାତ୍ର, ରାଜୁ ପୁଟେଲ, ଦେବରକ ଯାଦବ, କମଳ କିଶୋର ବେହେରା, ଗଣେଶ ସୋନି, ବଜରଙ୍ଗ ଦଳର ଅନେକ ସଦସ୍ୟ ସାମିଲ ଥିଲେ । ଆଖ ପାଖ ଗାଁ ଅଞ୍ଚଳର ଶତାଧିକ ମହିଳା ଏହି କଳସ ଯାତ୍ରାରେ ସାମିଲ ରହିଥିଲେ ।