jayashree

ଅଲଣ୍ଡା ପଞ୍ଚାୟତର ୨୦ତମ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତରେ ୨୦ତମ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ପାଇଁ ଶୁକ୍ରବାର ଦିନ ଅଧିବାସ ପାଳନ କରାଯାଇଛି । ଏଥିପାଇଁ ବୁଞ୍ଜିପଦର ଗାଁରୁ କଳସ ଯାତ୍ରା କରାଯାଇଥିଲା । ପ୍ରଥମେ ବୁଞ୍ଜିପଦର ଗାଁର ମା’ ଭଉଣୀ ଓ ଅଲଣ୍ଡା ପଞ୍ଚାୟତର ସମସ୍ତ ଭକ୍ତମାନେ ଖୋଲ, କୀର୍ତ୍ତନ ସାଙ୍ଗକୁ ହରିବୋଲ୍, ହୁଲହୁଲି ଦେଇ ପୂଜାକରି ବୁଞ୍ଜିପଦରର ଛୋଟ ନଈରୁ ପାଣିଆଣି କଳସ ଯାତ୍ରା କରାଯାଇଥିଲା । ଏହାପରେ ପିତାମହୁଲ ଗାଁ ପାଖ ପଡ଼ିଆରେ ଥିବା ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ପାଖକୁ ନେଇ କଳସ ସ୍ଥାପନା କରାଯାଇଥିଲା । ଏଥିରେ ଅଲଣ୍ଡା ପଞ୍ଚାୟତ ଗିରିଗୋବର୍ଦ୍ଧନ ପୂଜା ଯାଦବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶନିବାରରେ ପ୍ରଭୁ ଶ୍ରୀ ଗିରିଗୋବର୍ଦ୍ଧନଙ୍କ ପୂଜା ବହୁତ୍ ଧୁମ୍‌ଧାମ୍‌ରେ ପାଳନ କରାଯିବ । ତା’ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନ ପାଇଁ ରାତିରେ ଦଣ୍ଡ ନୃତ୍ୟ ସହ ଡ୍ୟାନ୍ସପ୍ରୋଗ୍ରାମ ରଖାଯାଇଛି ।

Leave A Reply

Your email address will not be published.