
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ବରାଜୁରା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ରବିବାର ଗଙ୍ଗା ଆବାହନ, ଅଧିବାସ ପର୍ବ ସହ ସଂଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ସଂକୀର୍ତ୍ତନ୍ୟ ଦଳ ସହ ଶତାଧିକ ମହିଳାଙ୍କ ଦ୍ଵାରା ଗ୍ରାମର ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହି ଷୋହଳ ପ୍ରହରୀରେ କର୍ତ୍ତା ରୂପେ ଗ୍ରାମର ନିତ୍ୟାନନ୍ଦ ଛତ୍ରିଆ ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରା ଛତ୍ରିଆ, ପୂଜକ କାଶୀନାଥ ଦାଶ, ଜପକ ରୂପେ ଜୟପ୍ରକାଶ ଦାଶ, ସ୍ୱାଧୀନ ରଞ୍ଜନ ଦାଶ, ଶୁଭମ ରଞ୍ଜନ ଦାଶ ଦାୟିତ୍ୱରେ ଅଛନ୍ତି । ସୋମବାର ସକାଳେ ନାମାରମ୍ଭ ହେବାକୁ ଥିବା ବେଳେ ଏଥିରେ ଆଖପାଖ ଅଞ୍ଚଳର ବହୁ ସଙ୍କଷର୍ତ୍ତନ୍ୟ ଦଳ ଯୋଗଦେଇ ହରେକୃଷ୍ଣ ହରେରାମ ମହମନ୍ତ୍ର ପରିବେଷଣ କରିବେ ବୋଲି ଜଣାପଡିଛି । ଆୟୋଜକ ଷୋହଳ ପ୍ରହରୀ ନାମଯଜ୍ଞ କମିଟି ସଭାପତି ଛବିରାମ କଟା, ସମ୍ପାଦକ ଟୁନୁ ନାଗ ଓ କୋଷାଧ୍ୟକ୍ଷ ହସମୁଖ ଛତ୍ରିଆଙ୍କ ସହ ସମସ୍ତ ବରାଜୁରା ଗ୍ରାମବାସୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।