centurian jitm

ବଙ୍ଗୋମୁଣ୍ଡାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବିଶାଳ କଳସ ଶୋଭାଯାତ୍ରା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ହନୁମାନ ମନ୍ଦିରରୁ ଗ୍ରାମର ଶତାଧିକ ପୁରୁଷ, ମହିଳା ନିକଟସ୍ଥ କିଆବନ୍ଧକୁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ୫୦୧ ପୂର୍ଣ୍ଣ ଜଳ କଳସ ଏକ ବିଶାଳ ପଟୁଆରରେ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ସଂକୀର୍ତ୍ତନ୍ୟ ଦଳ, ଘୁମୁରା ଏବଂ ଡିଜେ ସହ ଗ୍ରାମର ଶତାଧିକ ପୁରୁଷ, ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମହାରାଷ୍ଟ୍ର, ଦିଲ୍ଲୀରୁ ଆସିଥିବା କଲାକାରମାନେ ମଧ୍ୟ ସାମିଲ ହୋଇଥିଲେ । ବିଶାଳକାୟ ହନୁମାନ କଳାକାର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ କଳସ ଯାତ୍ରା ପରେ ଅଙ୍କୁରାରୋପଣ, ତୁଳସୀ ରାମାୟଣ ପାଠ କାର୍ଯ୍ୟକ୍ରମ ସହ ରତ୍ନମୁଦ, ବିଗ୍ରହ ଧ୍ୟାନାଭିଷେକ, ଯଜ୍ଞ, ଷୋହଳ ପ୍ରହରୀ ନାମଯଜ୍ଞ, ବିଗ୍ରହ ସ୍ନାନ, ବିଗ୍ରହ ପ୍ରତିଷ୍ଠା, ଜୀବନ୍ୟାସ, ରାମ ସହସ୍ରନାମ, ହନୁମାନ ଚାଳିଶା ପଠନ, ବିଗ୍ରହ ସ୍ଥାପନ ଆଦି କାର୍ଯ୍ୟକ୍ରମ ରହିଛି । ହନୁମାନ ମନ୍ଦିର ପ୍ରତିଷ୍ଠା କମିଟିର ଅଧ୍ୟକ୍ଷ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ସଭାପତି ଝସକେତନ ମେହେର, ଉପସଭାପତି ଦୁର୍ଗା ବନଛୋର, କାର୍ଯ୍ୟକାରୀ ସଭାପତି ରିଚୁ ପଣ୍ଡା, ନୂଆ ମନହୀରା, ଚମାର ଭୋଇ, ଧନଞ୍ଜୟ ଛତ୍ରିଆ, ସମ୍ପାଦକ ଡ଼ଃ ନାରାୟଣ ମିଶ୍ର, କୋଷାଧ୍ୟକ୍ଷ ମୁକେଶ ଜୈନ, ସହ କୋଷାଧ୍ୟକ୍ଷ କୋଷରାଜ ବେହେରା, ସହ ସମ୍ପାଦକ ବିନୋଦ ପୁଟେଲ, ବିନୋଦ ବାଗଙ୍କ ସହ କମିଟିର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.