jittmm
sonalika

ହଳଦୀ କଲେଜ ଛାତ୍ରୀ ଇଶ୍ୱରୀରାଣୀ ରଣା କଳାରେ ମୁରିବାହାଲ ବ୍ଲକ ଟପ୍ପର
ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷାରେ ସଫଳତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା ବୀରସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ +୨ କଳା ପରୀକ୍ଷାରେ ଉନ୍ନତ ସଫଳତା ଲାଭ କରିଛନ୍ତି । +୨ କଳା ପରୀକ୍ଷା ଦେଇଥିବା ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦୀୟମାନ ଛାତ୍ରୀ ଇଶ୍ୱରୀରାଣୀ ରଣା ମୋଟ ୬୦୦ ମାର୍କରୁ ୫୨୭ ମାର୍କ (୮୭.୮୩ପ୍ରତିଶତ) ହାସଲ କରି କଳା ବିଭାଗରେ ମୁରିବାହାଲ ବ୍ଲକ ଟପ୍ପର ହୋଇଛନ୍ତି । ପରୀକ୍ଷା ଦେଇଥିବା ମୋଟ ୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ଜଣ ପ୍ରଥମ ଶ୍ରେଣୀରେ,୧୨ଜଣ ଦ୍ୱିତୀୟ ଶ୍ରେଣୀରେ, ୫୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୫ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସର୍ବମୋଟ ୭୯ଜଣ ପାସ କରିଥିବା ବେଳେ ପାସ ପ୍ରତିଶତ ୭୭% ରହିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଇଶ୍ୱରୀରାଣୀ ରଣା ୮୭.୮୩%ସହ ୫୨୭ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ଛାତ୍ରୀ ପ୍ରିୟଦର୍ଶିନୀ ସାହୁ ୭୭.୮୩%ସହ ୪୬୭ମାର୍କ ରଖି ଦ୍ଵିତୀୟ ଓ ଛାତ୍ର ଆକାଶ ଦୀପ ୭୧.୫୦%ସହ ମୋଟ ୪୨୯ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଛାତ୍ରୀ ବବିତା ବାଗ ୪୧୫ମାର୍କ, ହାରାବତୀ ନାଗ ୪୦୭ମାର୍କ, ବିଶାଳ ବାଗ ୩୯୭ମାର୍କ, ପଦ୍ମାବତୀ ଗହୀର ୩୮୪ମାର୍କ, ଜାମା ସାହୁ ୩୭୪ମାର୍କ, ମନିଷା ମୁଗ୍ରୀ ୩୬୦ମାର୍କ ଓ କିରଣ ବଚ୍ଛା ୩୬୦ମାର୍କ ହାସଲ କରି କଲେଜର ସୁନାମ ଆଣିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ୍ ପ୍ରତିଶତ ହାର ଉନ୍ନତ ଥିବା ହେତୁ ବିଦ୍ୟାଳୟର ଅଧ୍ୟକ୍ଷ ଅନୀଲ କୁମାର ପାଣ୍ଡେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଦେଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.