
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକତା ବୃତ୍ତିକୁ ନେଇ ପୁଣି ଏକ କଳଙ୍କିତ ଅଭିଯୋଗ ହୋଇଛି । ମୋତେ ଯେତେ ମାଠିବୁ ମାଠ’ ମୁଁ ସେହି ଦରପଡ଼ା କାଠ ବୋଲି ଆମ ସମାଜରେ କଥିତ ଅଛି । ବାରମ୍ବାର ସମାଲୋଚିତ ହେଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ବିଶେଷ ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଇବାକୁ ପଛାଉ ନାହାନ୍ତି । ଯାହାଫଳରେ ସମାଜସେବା ଭଳି ଏକ ନୀତି ନିଷ୍ଠାପରତା କାର୍ଯ୍ର ସାମ୍ବାଦିକତା ବୃତ୍ତିରେ କଳଙ୍କ ଲାଗିବା ସହ ଜନସାଧାରଣଙ୍କ ଆସ୍ଥା ହରାଇବାରେ ଲାଗିଛି । କିଛି ପଥଭ୍ରଷ୍ଟ ବ୍ୟକ୍ତିଙ୍କ ଯୋଗୁ ସାମ୍ବାଦିକତାକୁ ସମାଜ ସେବା ଭାବରେ ଗ୍ରହଣ କରିଥିବା ସାମ୍ବାଦିକ ମାନେ ବିନା ଦୋଷରେ ସମାଜରେ ସମାଲୋଚିତ ହେଉଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଜିଲ୍ଲାର ଆସ୍ମା ବ୍ଲକ ଓ ଗାଙ୍ଗପୁର ଥାନା ଅଧୀନ ବାଲିସିରା ପଞ୍ଚାୟତର ଲଣ୍ଡା ଜୁଆଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମନ ବାଡତ୍ୟାଙ୍କୁ ଧମକ ଦେଇ ୧୮,୫୦୦ ଟଙ୍କା ଦାଦାବଟି ମାଗୁଥିବା ଅଭିଯେ।।ଗରେ ଅଭିଯୁକ୍ତ କ୍ଷୀରୋଦ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତାଙ୍କ ବିରୋଧରେ ଥାନା କେସ୍ ନମ୍ବର ୪୨୦ରେ ଆଇପିସିର ଦଫା୪୧୯/୪୨୦/୧୮୫/୪୫୧/୩୮୭/୮୦୬ ଓ ୩୪ ଦଫା ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛିି । ଏଠାରେ ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ କ୍ଷୀରୋଦ ନିଜକୁ ଏକ ୱେବ ପୋର୍ଟାଲର ସାମ୍ବାଦିକ କହି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଧମକାଉ ଥିଲେ ବୋଲି ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଗଣମାଧ୍ୟମ ସମ୍ମ୍ମୁଖରେ କହିଛନ୍ତି । ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି ଯେ, ଏହି ଘଟଣାରେ ଅନ୍ୟ ୪ଜଣ ୱେବ ସାମ୍ବାଦିକ ମଧ୍ୟ ଜଡିତ ଥିବା ଏତଲାରେ ଦର୍ଶାଯାଇଛି । ଏଭଳି ଘଟଣାକୁ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ୍ ସଭାପତି ତୁଷାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର, ଉପସଭାପତି ସୁନୀଲ ଦେ, ଭୁବନେଶ୍ୱର ଡିଜିଟାଲ ମିଡ଼ିଆ ଆସୋସିଏସନ ସଭାପତି ସୁକାନ୍ତ ମହାନ୍ତି ପ୍ରମୁଖ ନିନ୍ଦା କରିବା ସହ ସାମ୍ବାଦିକ ବୃତ୍ତିରେ କଳଙ୍କ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ପୋଲିସ କଠୋର ମନୋଭାବ ପୋଷଣ କରୁ ବୋଲି ଦାବୀ କରିଛନ୍ତି ।