ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ତହସିଲଦାରଙ୍କ କଳା କାରନାମାରେ ଏବେ ଉଠୁଛି ପଡୁଛି ସହର । ମୃତ ବ୍ୟକ୍ତିଙ୍କ ଜମି ହଡପ କରିବା ଘଟଣାରେ ତହସିଲଦାରଙ୍କ ସଂମ୍ପୃକ୍ତି ଲୋକଲୋଚନକୁ ଆସିଛି । ଏପରିକି ବଲାଙ୍ଗିର ତହସିଲଦାର ମଘବାନ ବାଗଙ୍କ ବିରୋଧରେ ତାଙ୍କ ସହ ୯ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇସାରିଛି । ସୂଚନା ଅନୁସାରେ ମୃତ ହର୍ଷ ଷାଣ୍ଢଙ୍କ ଦେଢ ଏକର ପରିମାଣର ଜମି ତାଙ୍କ ପରିବାର ଲୋକଙ୍କ ଅଜ୍ଞାତରେ ୨୦୨୧ ମସିହା ଡିସେମ୍ବର ୧୧ ତାରିଖ ଦିନ ଫର୍ଜରି କରି ଲବଣୀ ପୃଷ୍ଟିଙ୍କ ନାମରେ କରାଯାଇଥିଲା । ଏହି ମାମଲାରେ ତହସିଲଦାରଙ୍କ ସମ୍ପୃକ୍ତି ପ୍ରଚ୍ଛନ୍ନ ଭାବରେ ରହିଥିବା କଥା ଏବେ ହାଟରେ ବାଟରେ ଗଡୁଛି ।