oom

ଅନନ୍ୟ କଳା ଦର୍ପଣର ବାର୍ଷିକ ଉତ୍ସବରେ କଳାକାରଙ୍କୁ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ଅନନ୍ୟ କଳା ଦର୍ପଣର ବାର୍ଷିକ ଉତ୍ସବ ଗତ ଜାନୁଆରୀ ୧୪ ତାରିଖରେ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ଆୟୋଜିତ ଏହି ସାଂସ୍କୃତିକ ସମାରୋହର ମୁଖ୍ୟ ଆୟୋଜକ ତଥା ଅନନ୍ୟ କଳା ଦର୍ପଣର ଅଧ୍ୟକ୍ଷ ଅମିୟ କୁମାର ଧଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗର ପୂର୍ବତନ ସହ ନିର୍ଦ୍ଦେଶକ ଡ଼. ପ୍ରତାପ କୁମାର ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଶିକ୍ଷାଧିକାରୀ ଭାଗିରଥୀ ବେହେରା, କଳାକାର ସଂଘର ସଭାପତି ତ୍ରିପତି ରାଓ, ସମାଜସେବୀ ଅରୁଣ କୁମାର ଶତପଥୀ ଯୋଗଦେଇ ଓଡ଼ିଶାର ପ୍ରାଚୀନ କଳାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଆଧୁନିକ ଯୁଗରେ ଏହାର ଜନାଦୃତ ଦିଗରେ ପ୍ରାୟାସ ଜାରୀ ରଖିବାକୁ ଆହ୍ୱାନ କରିଥିଲେ । ଉତ୍ସବରେ ପ୍ରାୟତଃ ଆଠ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ନିଜ ନିଜ କଳାର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ଯୋଗଦାନ କରିଥିବା ଏହି ଆଠ ଗୋଟି ସାଂସ୍କୃତିକ ଦଳଙ୍କୁ ମାନପତ୍ର ସହ ଉପଢ଼ୌକନ ଦେଇ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଦୀପ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.