ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟି ବୈଠକ : ମନୋଜ ମିଶ୍ରଙ୍କୁ ଓଡିଶା ପ୍ରଡ୍ୟୁସର ସଂଘ ବାସନ୍ଦ କରିଥିବାରୁ ଦୃଢ ନିନ୍ଦା ପ୍ରସ୍ତାବ ଗୃହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ‘ପଂଚମ’ ଠାରେ ସଭାପତି ଅବଦୁଲ ଜମାଲ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ପ୍ରଭାକର ମିଶ୍ର ଓ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ କୋଷାଧ୍ୟକ୍ଷ ପ୍ରଭଞ୍ଜନ ରାୟଗୁରୁ । ଓଡିଶା ପ୍ରଡ୍ୟୁସର ସଂଘ ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ଅଭିନୟ ଜଗତରୁ ଦୁଇବର୍ଷ ପାଇଁ ବାସନ୍ଦ କରିଥିବାରୁ ଆଲୋଚନା କରାଯାଇଥିଲା । ପ୍ରକାଶ ଥାଉକି ସୋସିଆଲ ମିଡିଆରେ ଜନୈକ ବ୍ୟକ୍ତି ଯେ କି ଜଣେ ସିନେ ଅଭିନେତା ମନୋଜ ମିଶ୍ରଙ୍କ ବିରୁଦ୍ଧରେ ଅନେକ ବୟାନ ଦେଇଥିଲେ । ତତ୍ ସଂଗେ ସଂଗେ ଜନୈକ ସିନେ ଅଭିନେତା ତଥା ପ୍ରଡ୍ୟୁସରଙ୍କ ଏକ ଅଭିଯୋଗକୁ ଭିତ୍ତିକରି ଓଡିଶା ପ୍ରଡ୍ୟୁସର ସଂଘ ଏକ ପାଖିଆ ଭାବରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଅଭିଯୋଗ ପତ୍ର ପାଇଲା ପରେ ଏକ ଲିଖିତ କୈଫିୟନ ମଗାଯାଇ ପରିଥାନ୍ତା । ତା ନ କରି ଏକ ପାଖିଆ ଆଂଚଳିକ ବୈଷମ୍ୟକୁ ଦେଖାଇ ଶ୍ରୀ ମିଶ୍ରଙ୍କୁ ବାସନ୍ଦ କରାଗଲା । ଏ ପଟରେ ବିବାଦୀୟ ବୟାନ ଦେଇଥିବା ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇ ରଖାଗଲା । ତେଣୁ ଓଡିଶା ପ୍ରଡ୍ୟୁସର ସଂଘର ଏପରି କାର୍ଯ୍ୟକୁ ଜିଲ୍ଲା କଳାକାର ସଂଘ ଦୃଢ ନିନ୍ଦା କରୁଛି ତଥା ଏହି ବାସନ୍ଦକୁ ଯେତେ ଶୀଘ୍ର ହେବ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବୀ କରାଯାଇଛି । ଏତଦ୍‌ବ୍ୟତୀତ ନଭେମ୍ବର ମାସ ୫ ତାରିଖ ଦିନ ସ୍ଥାନୀୟ ଯାଦବ ଭବନ ଠାରେ ବଲାଙ୍ଗିର ଉପଖଣ୍ଡର ସମସ୍ତ ସାଂସ୍କୃତିକ ସଂଗଠନର ମୁଖ୍ୟମାନଙ୍କୁ ନେଇ ଏକ ସଭା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ ଜିଲ୍ଲାର କଳାକାର, ସିନେ ଅଭିନେତା ଓ ଅନ୍ୟାନ୍ୟ ବୁଦ୍ଧିଜିବୀ ଯଥା ସନାତନ ଠାକୁର, ମୁରଲିଧାରୀ ପତି, କପିଳେଶ୍ୱର ଖମାରୀ, ସୁରେନ୍ଦ୍ର ତ୍ରିପାଠୀ, ଅନୀତା ତ୍ରିପାଠୀ, ସଂଗୀତା ଦାସ, ସୈରେନ୍ଦ୍ରୀ ବାରିକ, ଆର୍ତ୍ତତ୍ରାଣ ବାଗ, ପ୍ରକାଶ ଥନାପତି, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଭକ୍ତ ନାଏକ, କାଳି ପ୍ରସାଦ ଷଡଙ୍ଗୀ ଓ ସଂଜୟ ଶେଖର ଭୋଇ ଉପସ୍ଥିତ ରହ ମତାମତ ପ୍ରଦାନ କରିଥିଲେ ଓ ଶେଷରେ ଯୁଗ୍ମ ସଂପାଦକ ମଧୁ ସୂଦନ ନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.