om academy

ରିଷିଡାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

jsm
  • ଘୁମୁରା, ଆଦିବାସୀ ନୃତ୍ୟ ଓ ରସରକେଲିରେ ଦୁଲୁକିଲା ମଞ୍ଚ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା ୨୦୨୩” ମହାସମାରୋହରେ ପାଳିତ ହୋଇଯାଇଛି । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା, ଆଦିବାସୀ ନୃତ୍ୟ, ରସରକେଲି ଓ ସମ୍ବଲପୁରୀ ନାଚରେ ଦୁଲକି ଉଠିଥିଲା ମଞ୍ଚ । ଲୋକମାନେ ବି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମନଭରି ଉପଭୋଗ କରୁଥିଲେ ନୃତ୍ୟ ଗୀତର ଆସରକୁ । ସକାଳେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ଘୁମୁରା ନୃତ୍ୟର ତାଳେ ତାଳେ ସରପଞ୍ଚ ସେବତୀ ରଣା, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ନାଏବ ସରପଞ୍ଚ ନରେଶ ଦାସଙ୍କ ନେତୃତ୍ୱରେ ମଶାଲ ଅଣାଯାଇଥିଲା । ପରେ ସରପଞ୍ଚ ସେବତୀ ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟବକ୍ତା ଭାବେ ଜେଡି କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, କ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ସ. ମାଲପଡା ସରପଞ୍ଚ ବରୁଣ ଛତ୍ରିଆ, ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ, ରିଷିଡା ନାଏବ ସରପଞ୍ଚ ନରେଶ ଦାଶ, ସମିତି ସଭ୍ୟ ନିମାଇଁ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସଭା ସଂଯୋଜନା କରିଥିଲେ । ଏହି ଅବସରରେ ବରିଷ୍ଠ କଳାକାର ତଥା ଘୁମୁରା ଗୁରୁ ଚନ୍ଦ୍ରମଣି କୁମୁରା, ବରିଷ୍ଠ କଳାକାର ଦିନମଣୀ ସାହୁ, ନଥୁରାମ ରଣା, ସଫଳ ଚାଷୀ ମନୋଜ ରଣା, ରଂଜିତ ରଣା ଏବଂ ମାଟ୍ରିକ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ରିଷିଡା ମାଟିର ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ଭଜଶ୍ୟାମ ସାହୁ, ୱେବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ, ରମେଶ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସ୍ୱେଚ୍ଛାସେବୀ ତାରାଚନ ପୋଢ଼ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପିଇଓ ଦେବରାଜ ରଣା, ଜିଆର୍‌ଏସ୍‌ ଶିଶିର ଗହୀର, ଗଜାନନ ଗହୀର, ସନ୍ତୋଷ ରଣା, ବୈକୁଣ୍ଠ ପରୁଆ, ୱାର୍ଡ ସଭ୍ୟ ଅଜୟ କୁମାର, ଦେବେନ୍ଦ୍ର ରଣା, ନେପାଳ ମାଝୀଙ୍କ ସମେତ ଧର୍ମେନ୍ଦ୍ର ରଣା, ମନୋଜ ରଣା, ପ୍ରକାଶ ସୁନା, ଲିଲୁ ନାଏକ, ସୋନୁ ରଣା ସହଯୋଗ କରିଥିଲେ । ସେହିପରି କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ ୟୁପି ସ୍କୁଲ ପରିସରରେ ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଖ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ, ନାଏବ ସରପଞ୍ଚ ରାଧେଶ୍ୟାମ ବାଗ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟିକେରାମ ଛତ୍ରିଆ ପ୍ରମୁଖ ଯୋଗଦେଇ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ହେଉଛି କଳାହାଣ୍ଡି ଉତ୍ସବ ଏଣୁ ଏଭଳି ମହାନ ଉତ୍ସବଟିରେ ଜନସାଧାରଣଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

Leave A Reply

Your email address will not be published.